ପୁରୀ ୨।୯: ପୁରୀ ରେଳଷ୍ଟେସନ ପରିସରରେ ଝୁଲି ପଡ଼ିଲେ ଯୁବକ । ରେଳଷ୍ଟେସନ ପରିସରରେ ଥିବା ଦୁର୍ଗା ମଣ୍ଡପ ପଛପଟେ ବେକରେ ଗାମୁଛା ଲଗାଇ ଜଣେ ଯୁବକ ଝୁଲି ପଡିଛି । ରେଳଷ୍ଟେସନ ପରିସରରେ ଥିବା ଦୁର୍ଗା ମଣ୍ଡପ ପଛପଟେ ଥିବା ଛାତର ଲୁହା ରେଲିଙ୍ଗରେ ଗାମୁଛା ଲଗାଇ ଝୁଲି ଯୁବକ ଜଣଙ୍କ ଝୁଲିପଡ଼ିଥିବା ଦେଖିବାକୁ ମିଳିଛି ।

ଖବର ପାଇ ଜିଆରପି ଓ ଆରପିଏଫ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଜିଆରପି ମୃତଦେହ ଜବତ କରି ତଦନ୍ତ ଚଳାଇଥିବା ବେଳେ ତଦନ୍ତ ପରେ ଘଟଣା ବିଷୟରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

Also Read:- ସୁପ୍ରିମକୋର୍ଟରେ ବାବୁ ସିଂଙ୍କ ପିଟିସନ୍ ଖାରଜ, ହାଇକୋର୍ଟରେ ଚାଲିବ ନିର୍ବାଚନ ମାମଲା

ତେବେ ପୁରୀ ରେଳ ଷ୍ଟେସନ ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ମାଳ ମାଳ ଜିଆରପି, ଆରପିଏଫ ପୋଲିସ କଡ଼ା ପ୍ରହରା ଦେଉଥିବା ବେଳେ ଯୁବକ ଜଣକ କିଭଳି ଆତ୍ମହତ୍ୟା କଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।