ପିପିଲି ୦୨।୦୬ : ପୁରୀ ଜିଲ୍ଲା ପିପିଲ ସାତସଙ୍ଖ ଅର୍ଜୁନସିଂପୁର ଗାଁରେ ଅଭାବନୀୟ ଘଟଣା । ଘର ଭିତରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ । ଏହା ଆତ୍ମହତ୍ୟା ନା ହତ୍ୟା, ତାକୁ ନେଇ ଖୋଳତାଡ଼ କରୁଛି ପୋଲିସ ।

୭ ବର୍ଷ ପୂର୍ବେ ଦୁହେଁ ବିବାହ କରିଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀ କୌଣସି କାରଣବଶତଃ ନିଜ ଗାଁ ଠାରୁ ଦୂରରେ ରହୁଥିଲେ । ଏକ ଭଡ଼ା ଘରେ ଉଭୟ ସ୍ୱାମୀ-ସ୍ତ୍ରୀ ରହୁଥିଲେ । ହେଲେ ଉଭୟଙ୍କ ମଧ୍ୟରେ କଣ ଘଟିଲା ନା କିଛି ଘଟିଛି ଅଘଟଣ । ସେ ସଂପର୍କରେ କୌଣସି ସୂଚନା ମିଳିନାହିଁ । ମଙ୍ଗଳବାର ଦିନ ସକାଳ ସମୟରେ ବହୁ ସମୟ ଧରି ଉଭୟ ଘରର କବାଟ ଖୋଲିନଥିଲେ । ଶେଷରେ ପଡୋଶୀ ଲୋକ ସନ୍ଦେହ କରି ଘରର କବାଟ ଭାଙ୍ଗିଥିଲେ । ଏହାପରେ ଭଡ଼ାଘରେ ଦୁଇ ଜଣଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା ।

Also Read:-୧୯ରେ ରାଷ୍ଟ୍ରପତି, ୨୦ରେ ମୟୁରଭଞ୍ଜ ଆସିବେ ପ୍ରଧାନମନ୍ତ୍ରୀ, ପୂରା ଜିଲ୍ଲାରେ ଖୁସିର ମାହୋଲ

ସେପଟେ ପଡୋଶୀ ଲୋକ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ସାତଶଙ୍ଖ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ପ୍ରାଥମିକ ତଦନ୍ତ ମଧ୍ୟ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ସ୍ଥିତିରୁ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସର ତଦନ୍ତ ପରେ ପୁରା ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।