ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଭଳି ସଂସ୍ଥାଙ୍କୁ ସ୍ବତନ୍ତ୍ର ଭାବେ କାମ କରିବା ଦରକାର ଏବଂ ସେମାନଙ୍କ ଉପରେ ରାଜନୈତିକ ପ୍ରତିକ୍ରିୟାର କୌଣସି ପ୍ରଭାବ ନପଡ଼ିବା ଦରକାର। ଶନିବାର ପାଟନାର ଚାଣକ୍ୟ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ବଡ଼ ବିବୃତ୍ତି ରଖିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବି.ଭି ନାଗରତ୍ନା ।

ଜଷ୍ଟିସ ନାଗରତ୍ନା କହିଛନ୍ତି, ‘‘ ନିର୍ବାଚନ କେବଳ ବେଳେ ବେଳେ ହେଉଥିବା ଘଟଣା ନୁହେଁ। ବରଂ ଏହା ଏକ ଏଭଳି ପଦ୍ଧତି ଯାହା ଦ୍ବାରା ରାଜନୈତିକ ଶକ୍ତିର ଗଠନ ହୁଏ। ଆମ ସାମ୍ବିଧାନିକ ଗଣତନ୍ତ୍ର ପ୍ରମାଣ କରିଛି ଯେ, ସମୟରେ ନିର୍ବାଚନ ସରକାରରେ ସୁଗମ ପରିବର୍ତ୍ତନ ଆଣିଥାଏ। ଏହି ପ୍ରକ୍ରିୟା ଉପରେ ନିୟନ୍ତ୍ରଣ ଅର୍ଥ, ରାଜନୈତିକ ପ୍ରତିଯୋଗିତାର ସର୍ତ୍ତାବଳୀ ଉପରେ ନିୟନ୍ତ୍ରଣ।’’

Also Read: ନିର୍ବାଚନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ, TMCର ଆପତ୍ତିକୁ କଲେ ଖାରଜ

ବାର୍ ଆଣ୍ଡ୍ ବେଞ୍ଚର ରିପୋର୍ଟ ଅନୁସାରେ, ବିଚାରପତି କହିଥିଲେ ନିର୍ବାଚନ କମିଶନ, ନିୟନ୍ତ୍ରକ ଏବଂ ସିଏଜି ଏବଂ ଅର୍ଥ କମିଶନଙ୍କ ସମାନ ଭାବରେ ଗଠନ ହୋଇଛନ୍ତି। ଏହି ପ୍ରତିଷ୍ଠାନଗୁଡ଼ିକ ସ୍ବତନ୍ତ୍ର, ବାହ୍ୟ ପ୍ରଭାବ ମୁକ୍ତ ଏବଂ ଯେଉଁ କ୍ଷେତ୍ରରେ ସାଧାରଣ ରାଜନୈତିକ ପ୍ରକ୍ରିୟା ଦ୍ବାରା ନିରପେକ୍ଷତା ସୁନିଶ୍ଚିତ କରିବା ଯଥେଷ୍ଟ ହୋଇନଥାଏ ସେଗୁଡ଼ିକର ତଦାରଖ ଦାୟିତ୍ବ ଦିଆଯାଇଛି।

ସୁପ୍ରିମକୋର୍ଟ ବିଚାରପତି କହିଛନ୍ତି, ‘ଏହି ପ୍ରତିଷ୍ଠାନଗୁଡ଼ିକ ସ୍ବାଧୀନ ଭାବରେ କାର୍ଯ୍ୟ କରିବା ଏବଂ ରାଜନୈତିକ ପ୍ରକ୍ରିୟା ଦ୍ବାରା ପ୍ରଭାବିତ ନହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।’ ଭାରତରେ ଗଣତନ୍ତ୍ରରେ ନିର୍ବାଚନ କମିଶନଙ୍କ ଭୂମିକା ଉପରେ ମତାମତ ଦେଇ ଜଷ୍ଟିସ ନାଗରତ୍ନା କହିଛନ୍ତି ଯେ, ନିର୍ବାଚନ କେବଳ ସାମୟିକ ଘଟଣା ନୁହେଁ, ବରଂ ଏକ ଏଭଳି ପଦ୍ଧତି ଯାହାଦ୍ବାରା ରାଜନୈତିକ ଶାସନର ଗଠନ ହୋଇଥାଏ।’

Also Read: ସ୍ୱାମୀଙ୍କୁ ସିଧାସିଧା ଶୁଣାଇଲେ ସୁପ୍ରିମକୋର୍ଟ, ପତ୍ନୀ ଚାକରାଣୀ ନୁହଁ, ବିବାହ କରି ବାଛିଛନ୍ତି ଜୀବନ ସାଥୀ

ବିଚାରପତି ଆହୁରି କହିଛନ୍ତି, ଆମ ସାମ୍ବିଧାନିକ ପ୍ରମାଣ କରିଛି ଯେ, ସମୟରେ ନିର୍ବାଚନ ହେବା କାରଣରୁ ସରକାର ପରିବର୍ତ୍ତନରେ ସହଜ କରିଥାଏ। କିନ୍ତୁ ଏହି ପ୍ରକ୍ରିୟା ଉପରେ ନିୟନ୍ତ୍ରଣ ଅର୍ଥ ରାଜନୈତିକ ପ୍ରତିଯୋଗିତାର ସର୍ଭାବଳୀ ଉପରେ ନିୟନ୍ତ୍ରଣ।" ସେ ଆହୁରି ମଧ୍ୟ କହିଛନ୍ତି, "ଟିଏନ୍ ଶେଷନ୍ ମାମଲାରେ, ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ପ୍ରତିଷ୍ଠାନ ଭାବରେ ସ୍ବୀକୃତି ଦେଇଥିଲେ। କାରଣ ତାଙ୍କ ଉପରେ ନିର୍ବାଚନର ନିରପେକ୍ଷତା ସୁନିଶ୍ଚିତ କରିବାର ଦାୟିତ୍ବ ନ୍ୟସ୍ତ ଥିଲା। ଏମିତିରେ ଯଦି ନିର୍ବାଚନ ପରିଚାଳନା କରୁଥିବା ଲୋକମାନେ ନିର୍ବାଚନ ଲଢ଼ୁଥିବା ଲୋକଙ୍କ ଉପରେ ନିର୍ଭର କରନ୍ତି। ତେବେ ପ୍ରକ୍ରିୟାର ନିରପେକ୍ଷତା ସୁନିଶ୍ଚିତ କରାଯାଇପାରିବ ନାହିଁ।"