ଭୁବନେଶ୍ୱର ୨୭।୦୨ : ହୋର୍ଡିଂ ଟ୍ରାଜେଡି ପରେ ବିଏମ୍ସିର ପଶିଲା ଚେତା । ଏଣିକି ପ୍ରତି ହୋର୍ଡିଂର ହେବ ତୃତୀୟ ପକ୍ଷ ଇନ୍ସ୍ୟୁରାନ୍ସ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଲାଗିଥିବା ହୋର୍ଡିଂଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଇଛି । ସ୍ଥାୟୀ ପ୍ରମାଣପତ୍ର ଦେବା ପାଇଁ ବାଧ୍ୟତାମୂଳକା କରାଯାଇଛି ବୋଲି କହିଛନ୍ତି ବିଏମ୍ସି କମିଶନର ଚଞ୍ଚଲ ରଣା ।

ଏ ଖବର ବି ପଢନ୍ତୁ:- କ୍ୟାପିଟାଲ ହସ୍ପିଟାଲ ନିକଟରେ ବଡ଼ ଧରଣର ଉଛେଦ, ବୁଲିଲା ବୁଲଡୋଜର, ଭାଙ୍ଗିଲା ଘର

ସେ ଆହୁରି ମଧ୍ୟ କହିଛନ୍ତି ଯେ, ହୋର୍ଡିଂ ପାଇଁ ନୂଆ ବ୍ୟବସ୍ଥା କରିବ ବିଏମ୍‌ସି । ସମସ୍ତ ହୋର୍ଡିଂ ଷ୍ଟ୍ରକଚର କିପରି ପରିଚାଳନା, ଦେଖାଶୁଣା ଓ ସୁରକ୍ଷା ହେଉଛି । ତାହା ବିବରଣୀ ସହ ସାର୍ଟିଫିକେଟ୍‌ ଦେବାକୁ କୁହାଯାଇଛି । ସବୁ ହୋର୍ଡିଂର ସମୀକ୍ଷା କରି ଏହାର ସ୍ଥିତି କିପରି ଅଛି, ତାହା ଜଣାଇବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ହୋର୍ଡିଂ ଗୁଡ଼ିକରେ ନିଜ ସଂସ୍ଥାର ନାମ ଲେଖିବାକୁ ମଧ୍ୟ କୁହାଯାଇଛି । ପ୍ରତି ଏଜେନ୍ସି ସବୁ ହୋର୍ଡିଂରେ ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ କରିବାକୁ କୁହାଯାଇଛି । ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଯଦି କୌଣସି ହୋର୍ଡିଂରେ ଫ୍ଲେକ୍ସ ଇତ୍ୟାଦି ଛିଡି ଯାଏ, ତେବେ ତୁରନ୍ତ ତାକୁ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକସ୍ଥଳେ ସୁରକ୍ଷା ଦୃଷ୍ଟିରୁ ହୋର୍ଡିଂକୁ ହଟାଇବା ପାଇଁ ମଧ୍ୟ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି ।

ଏ ଖବର ବି ପଢନ୍ତୁ:- ​​​​​​​ମଦ ନୀତି ମାମଲାରେ କେଜରିୱାଲ ଓ ସିସୋଦିଆ ନିର୍ଦ୍ଦୋଷରେ ଖଲାସ, କୋର୍ଟ କହିଲେ ନଥିଲା ଷଡ଼ଯନ୍ତ୍ର