ପୁରୀ ୨୧/୦୧: ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା। ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ । ଭିତର କାଠ ନିକଟରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା । ସର୍ବ ସାଧାରଣ ଦର୍ଶନ ଚାଲୁଥିବା ସମୟରେ ରକ୍ତ ପଡିଥିବା ଦେଖିବାକୁ ମିଳିଥିଲା।

ଅବକାଶ ପୂଜା ଶେଷ ପରେ ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଠାକୁରଙ୍କୁ କରାଗଲା ବଡ଼ ମହାସ୍ନାନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ସୂଚନା। ବଡ଼ ମହାସ୍ନାନ ଯୋଗୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ତେବେ ଶେଷ ହୋଇଛି ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି । ପୁନର୍ବାର ସ୍ବାଭାବିକ ହୋଇଛି ସର୍ବସାଧାରଣ ଦର୍ଶନ। ବଡ଼ ମହାସ୍ନାନ ନୀତି ପରେ ଅନ୍ୟାନ୍ୟ ନୀତି କାନ୍ତି ଆରମ୍ଭ ହୋଇଛି । ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଠାକୁରଙ୍କୁ କରାଯାଇଥିଲା ବଡ଼ ମହାସ୍ନାନ।