ଭୁବନେଶ୍ୱର ୦୯।୦୯ : ବିଜେଡିକୁ ବିଜେପିର ଟାର୍ଗେଟ । ବିଜୁ ଜନତା ଦଳ MMDR ଆଇନକୁ ନେଇ କହିବା ଗୋଟିଏ ହାସ୍ୟସ୍ପଦ କଥା । ଓଡ଼ିଶାର ଅଧିକାର ଓ ଖଣି ରାଜସ୍ୱକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି ବିଜେଡ଼ି । କେନ୍ଦ୍ର ସବୁ ନେଇଗଲା’ ବୋଲି ଏକ ଭ୍ରମ ସୃଷ୍ଟି କରି ଲୋକଙ୍କ ମଧ୍ୟରେ ଭିନ୍ନ ବାତାବରଣ ତିଆରି କରୁଛି ବିଜେଡି । ଓଡ଼ିଶା ଯେତିକି ଭାଗ ପାଇବା କଥା, ତାର ସେତିକି ଭାଗ ପାଇବ, ଗୋଟିଏ ପର୍ସେଣ୍ଟ ମଧ୍ୟ ଭାଗ ଓଡ଼ିଶାର କମିବ ନାହିଁ ବୋଲି କହିଛନ୍ତି ବିଜେପି ନେତା ବାବୁ ସିଂହ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜୁ ଜନତା ଦଳର ନେତା ସ୍ପଷ୍ଟ କରନ୍ତୁ ରାଜ୍ୟ ଅଧୀନରେ କେଉଁ କେଉଁ କ୍ଷେତ୍ରରେ ଖଣି ସମ୍ପଦରୁ କ୍ଷତି ହେଉଛି । ଆଲୋଚନା ଓ ଡିବେଟକୁ ଆସନ୍ତୁ । ଯେଉଁମାନେ ଅତୀତରେ ଏ ବିଲ୍ କି ସମର୍ଥନ କରିଥିଲେ, ୨୦୦୪ ମସିହାରେ ବିଧାନସଭାରେ ଏକ ଆଇନ ପ୍ରଣୟନ କଲେ, ଯାହା ଉପରେ ସ୍ପଷ୍ଟତା ଆଣିବା ପାଇଁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲା । ୨୦୦୪ ମସିହାରେ ଏ ସମ୍ପର୍କିତ ଆଇନ ପ୍ରଣୟନ ହୋଇଥିବା ପ୍ରସଙ୍ଗ ଉଠାଇ ଅତୀତରେ ଏହାକୁ ସମର୍ଥନ କରିଥିବା ଲୋକମାନେ ଏବେ କାହିଁକି ପ୍ରଶ୍ନ ଉଠାଉଛନ୍ତି । ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ମାମଲା ଯିବା ପ୍ରସଙ୍ଗ ମଧ୍ୟ ଉଠିଛି । ୨୦୦୪ ରୁ ୨୦୧୧ ମଧ୍ୟରେ ସୁପ୍ରିମକୋର୍ଟରେ ମାମଲା ଯିବା ପରେ ମଧ୍ୟ ଏହାର ସମାଧାନ ପାଇଁ ପର୍ଯ୍ୟାପ୍ତ ସମୟ ଥିଲା କିନ୍ତୁ ଓକିଲ ନିଯୁକ୍ତ କରି ମାମଲାକୁ କେବଳ ଘୁଞ୍ଚାଇ ଚାଲିଲେ । ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ସରକାର ଥିଲା । ଏହି ସମୟ ମଧ୍ୟରେ ଖଣି ରୟାଲିଟି ଓ ଖଣି ଟିକସ କେତେ ବୃଦ୍ଧି ପାଇଲା । ୨୦୧୪ ମସିହାରେ ଯେତେବେଳେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେଲେ, ଯେତେବେଳେ ଆମେ ହଜାର କୋଟି ଟଙ୍କା ଦେଖିବା ସ୍ୱପ୍ନ ହଉଥିଲା, ସେତେବେଳେ ଆମେ ପଚାଶ ହଜାର କୋଟି ଟଙ୍କା ରାଜ୍ୟ ପାଇଲା ।

Also Read:-

ସେହିପରି ଓଡ଼ିଶାର ଅଧିକାର ଓ ଖଣି ରାଜସ୍ୱକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରାଯାଉଛି । ‘କେନ୍ଦ୍ର ସବୁ ନେଇଗଲା’ ବୋଲି ଏକ ଭ୍ରମ ସୃଷ୍ଟି କରି ଲୋକଙ୍କ ମଧ୍ୟରେ ଭିନ୍ନ ବାତାବରଣ ତିଆରି କରାଯାଉଛି । ସ୍ପଷ୍ଟ ଭାବରେ ଆଲୋଚନା ହେଉ, ନିର୍ଯାସ ହେଉ, ଡିବେଟ୍ ହେଉ, ଏହା ଉପରେ କିଏ କଣ ମତ ରଖୁଛନ୍ତି, ରାଜ୍ୟବାସୀ ମଧ୍ୟ ଜାଣିବା ଦରକାର । ଏମିତି ନୁହଁ ଯେ ଯିଏ ଯେଉଁଠି ଯାହା ପାଇଲା କହିଦେଲା, ସେ କଥା ନୁହେଁ । ସ୍ପଷ୍ଟ ଭାବରେ ବିଧାନସଭାରେ ମଧ୍ୟ ଆଲୋଚନା ହେଉ, ବିଧାନସଭାରେ  ବିଜୁ ଜନତା ଦଳ ଚବିଶ ବର୍ଷ ଭିତରେ ଖଣି ରାଜସ୍ୱ କେତେ ପାଇଛି, ଖଣି ରାଜସ୍ୱ କେଉଁ କେଉଁ ଲୋକଙ୍କୁ ଛାଡ଼ କରିଛି ଏବଂ ତା ଦ୍ଵାରା ରାଜ୍ୟର କେତେ କ୍ଷତି ହୋଇଛି, ସେ କଥା ମଧ୍ୟ ଆଲୋଚନା ହେବ । ଓଡ଼ିଶାର କୌଣସି କ୍ଷତି ହେବ ନାହିଁ । ଓଡ଼ିଶା ଯେତିକି ଭାଗ ପାଇବା କଥା, ତାର ସେତିକି ଭାଗ ପାଇବ, ଗୋଟିଏ ପର୍ସେଣ୍ଟ ମଧ୍ୟ ଭାଗ ଓଡ଼ିଶାର କମିବ ନାହିଁ । ତା ସତ୍ୱେ ଲୋକମାନଙ୍କୁ ଭୁଆଁ ବୁଲେଇବା ପାଇଁ, ଲୋକମାନଙ୍କ ମନ ଭିତରେ ଗୋଟିଏ ଭୟ ସଞ୍ଚାର କରି, ଓଡ଼ିଶାରୁ ଆମେ କେନ୍ଦ୍ର ସବୁ ନେଇଗଲା, ଏ କଥା ଲୋକମାନଙ୍କ ଭିତରେ ଗୋଟିଏ ଭୟ ସଞ୍ଚାର କରୁଛନ୍ତି । ଲୋକଙ୍କ ଭିତରେ ଗୋଟିଏ ଭିନ୍ନ ବାତାବରଣ ସୃଷ୍ଟି କରୁଛି ବିଜେଡ଼ି ।