ଭୁବନେଶ୍ୱର: ମୋକ୍କିମଙ୍କ ଦଳ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ପ୍ରତିକ୍ରିୟାରେ ସେ କହିଛନ୍ତି ଇତିହାସ ପଢନ୍ତୁ, ଭବିଷ୍ୟତକୁ ଅପେକ୍ଷା କରନ୍ତୁ । ସମସ୍ତଙ୍କର ଅଧିକାର ଅଛି, ଗଣତାନ୍ତ୍ରିକ ଦେଶରେ ନିଜର ମତ ସାବ୍ୟସ୍ତ କରିବା ପାଇଁ ପଦକ୍ଷେପ ନେଇ ପାରିବେ । ରାଜନୈତିକ ଦଳ କରିବାକୁ କାହାକୁ ମନା ନାହିଁ । ଭବିଷ୍ୟତ ନିର୍ଦ୍ଧାରଣ କରିବ, କଣ ହେବ କଣ ନ ହେବ । ବିଜେପି ଲମ୍ବା ସଂଘର୍ଷ କରି ଏ ସ୍ଥାନରେ ପହଁଚିଛି ।

ସୂଚନା ଥାଉକି, ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ନୂତନ କାର୍ଯ୍ୟାଳୟ ଶୁଭାରମ୍ଭ ହୋଇଯାଇଛି। ଓଡ଼ିଶା ଜନତା କଂଗ୍ରେସର ଉଦ୍ଘାଟନୀ ସଭା ଆଗାମୀ ୧୫ ତାରିଖ ଅର୍ଥାତ୍ ଆସନ୍ତାକାଲି ପ୍ରଦର୍ଶନୀ ପଡ଼ିଆରେ ହେବ ।