ତିରୁଅବନ୍ତୀପୁରମ ୨୧।୩: କେରଳ ବିଧାନସଭା ନିର୍ବାଚନ ଲାଗି ବିଜେପି ଶନିବାର ତୃତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।ଏହି ତାଲିକାରେ ୧୧ ଜଣଙ୍କ ନାମ ରହିଛି। କେବଳ କେରଳ ନୁହେଁ ବିଜେପି ପୁଡୁଚେରୀ ବିଧାନସଭା ନିର୍ବାଚନ ନିମନ୍ତେ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସେହିପରି ଆସାମ ବିଧାନସଭା ନିର୍ବାଚନ ଲାଗି ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ତେବେ କେରଳ ଲାଗି ଜାରି ପ୍ରାର୍ଥୀ ତାଲିକାରେ ତିରୁଅନନ୍ତ ପୁରମରୁ କରମନା ଜୟନଙ୍କୁ ପ୍ରାର୍ଥୀ କରାଯାଇଛି।

ସେହିପରି ପିରୁମାଡେରୁ ଭି. ରଥେଶଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ପୁଥୁପଲ୍ଲୀରୁ ରିବନ୍ଦ୍ରନାଥ ୱକଥନମ, ମାଭେଲକ୍କରା ଅନୁସୂଚିତ ଆସନରେ ଅଜିମୋନ, ଏଦୂର ଏସସି ଆସନରେ ପଣ୍ଡଲମ ପ୍ରଥାପନ, ଚାଭରାରୁ କେ.ଆର.ରାଜେଶ, ଚାଡ୍ୟମଙ୍ଗଲମରୁ ଆର.ଏସ. ଅରୁଣ ରାଜ, ଚିରାୟେଙ୍କେଝୁ ଏସସି ଆସନରେ ବି.ଏସ.ଅନୁପ, ଅରୁଭିକ୍କରା ରେ ବିବେକ ଗୋପନ, କୋଭଲମରେ ଟି.ଏନ.ସୁରେଶ ନେୟାଟିଙ୍କରାରେ ଏସ.ରାଜଶେଖରନ ନାୟରଙ୍କୁ ପ୍ରାର୍ଥୀ କରାଯାଇଛି।

ପୁଡୁଚେରୀରେ ଏପ୍ରିଲ ୯ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ରବିବାର ୯ ଜଣ ପ୍ରାର୍ଥୀଙ୍କ ଏକ ତାଲିକା ଜାରି ହୋଇଛି। ଏଥିରେ କଲାପେଟରୁ ପି.ଏମ.ଏଲ କଲ୍ୟାଣସୁନ୍ଦରମ ଓ ଥିରୁନଲ୍ଲାରରୁ ଏନ.ଏସ. ରାଜଶେଖରନଙ୍କୁ ପ୍ରାର୍ଥୀ କରାଯାଇଛି। ଏହା ଛଡା ମନ୍ନଡାପେଟରେ ଏ.ନମଃଶିବାୟମଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଓସୁଡୁ ଏସସି ଆସନରେ ଇୟଥିପାଇନ୍ଥନ, ରାଜଭବନରୁ ଭି.ପି.ରାମଲିଙ୍ଗମେ,ମୁଦାଲିୟରପେଟରୁ ଏ.ଜନକୁମାର, ମାନାଭିଲେରେ ଇ.ଆର.ସେଲଭମ ଆଦିଙ୍କୁ ପ୍ରାର୍ଥୀ କରାଯାଇଛି।