ଭୁବନେଶ୍ୱର ୨୯।୧୨ : ରାଜ୍ୟ ବିଜେପିର ଚାରି ସାଧାରଣ ସମ୍ପାଦକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ | ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଉପସ୍ଥିତ ଅଛନ୍ତି |

ତେବେ ଏହି ବୈଠକକୁ ନେଇ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ, ସଂଗଠନର ଆଗାମୀ କାର୍ଯ୍ୟକ୍ରମ ଏବଂ ନୂଆ ରଣନୀତି ନେଇ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ | ଏହାସହ ସବୁ ଦିଗକୁ ନେଇ ବୈଠକରେ ଆଲୋଚନା ହେବ | ସେହିପରି ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି ଯେ, ଆଗାମୀ ବର୍ଷରେ ବୁଥ, ମଣ୍ଡଳରୁ ନେଇ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ | ଆଗାମୀ ଦିନରେ ଗ୍ରାଉଣ୍ଡ ଯିବ ବିଜେପି ଏବଂ ଅଧିକରୁ ଅଧିକ ଲୋକଙ୍କୁ ଦଳ ସହିତ ଯୋଡିବାକୁ ରଣନୀତି ପ୍ରସ୍ତୁତ କରାଯିବ।