ଭୁବନେଶ୍ବର ୧୯।୪: ବିଜେପି ପାର୍ଟି ଅଫିସରେ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଛି । ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ ଆଗାମୀ ଦିନରେ ଦଳର ଜିଲ୍ଲାର ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହେବ । ସେ ବାବଦରେ ବିସ୍ତୃତ ଭାବେ ଆଲୋଚନା ଚାଲିଛି । ସାଙ୍ଗଠନିକ ଦୃଷ୍ଟିରୁ ଶକ୍ତି କେନ୍ଦ୍ର ଓ ମଣ୍ଡଳ କମିଟି ବାବଦରେ ବି ଆଲୋଚନା କରାଯାଇଛି ବୋଲି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ କହିଛନ୍ତି । ବିଜେପି ସବୁ ସମୟରେ ସମସ୍ତ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ସଙ୍ଗଠନକୁ ବୁଥ୍‌ସ୍ତର ପର୍ଯ୍ୟନ୍ତ ଚଳଚଞ୍ଚଳ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛି ।

ସବୁ ବୁଥ୍, ସବୁ ମଣ୍ଡଳରେ କେମିତି ମନ କି ବାତ୍ କାର୍ଯ୍ୟକ୍ରମ ହେବ, ପ୍ରତି ମାସରେ ମଣ୍ଡଳ ବୈଠକ ହେବ ସେ ଉପରେ ବିସ୍ତୃତ ଆଲୋଚନା ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୋଜନା ହେଉଛି । ମେ' ୧ରୁ ମେ' ଶେଷ ସୁଦ୍ଧା ସମସ୍ତ ୩୭ଟି ସାଙ୍ଗଠନିକ ଜିଲ୍ଲାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହେବ ।

Also Read:- ବର୍ତ୍ତିଲେନି ଭଗବାନ ! ମନ୍ଦିର ତାଲା ଭାଙ୍ଗି ହୁଣ୍ଡିରୁ ଟଙ୍କା ଲୁଟ୍, ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ଲୁଟ୍

ପାର୍ଟିର ସମସ୍ତ ପଦାଧିକାରୀ ଓ ରାଜ୍ୟ ନେତୃବୃନ୍ଦଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସଭାପତି, ଦୁଇ ଉପ ମୁଖ୍ୟମନ୍ତ୍ରୀ, ପ୍ରଭାରୀ ଉପସ୍ଥିତ ଥିଲେ । ବିଶେଷକରି ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଥିଲୁ, ୧୦୫୨ ମଣ୍ଡଳର ପ୍ରଶିକ୍ଷଣ ବର୍ଗ କେମିତି ହେଲା ? ପ୍ରତିଷ୍ଠା ଦିବସ, ଭୀମରାଓ ଆମ୍ବେଦକର ଜୟନ୍ତୀ କାର୍ଯ୍ୟକ୍ରମ ଆଦି ଜିଲ୍ଲା, ମଣ୍ଡଳ ଓ ବୁଥ୍‌ ସ୍ତରରେ କେମିତି କାର୍ଯ୍ୟକ୍ରମ ହେଲା, ସେନେଇ ବିସ୍ତୃତ ଭାବେ ଚର୍ଚ୍ଚା ହେଲା ବୋଲି ବିରଞ୍ଚି ତ୍ରିପାଠୀ କହିଛନ୍ତି ।