ନୂଆଦିଲ୍ଲୀ ୧୭।୧୦; ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡ୍ରେନରେ ଖସିପଡ଼ିଲା ବସ୍ । ୮ ଜଣଙ୍କର ମୃତ୍ୟୁ, ୧୭ ଆହତ । ମଧ୍ୟପ୍ରଦେଶରୁ ଖାଟୁଶ୍ୟାମ ମନ୍ଦିରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍ ଝରକା ଭାଙ୍ଗି ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା । ଟ୍ରାଭେଲରଟି ଭୋପାଳରୁ ଖାଟୁଶ୍ୟାମଜୀ ଅଭିମୁଖେ ଯାତ୍ରା କରୁଥିଲା। ଏହା କରାଡିଆ ଟୋଲ୍ ରୁ କିଛି କିଲୋମିଟର ଦୂରରେ ଥିବା ଏକ କଲଭର୍ଟରୁ ୧୫ ଫୁଟ ତଳକୁ ଖସି ପଡ଼ିଥିଲା।

ରାଜସ୍ଥାନର ଏକ୍ସପ୍ରେସୱେରେ ଟ୍ରାଭେଲରଟି ଭୋପାଳରୁ ଖାଟୁଶ୍ୟାମଜୀ ଅଭିମୁଖେ ଯାତ୍ରା କରୁଥିଲା । ଏହା କରାଡିଆ ଟୋଲ୍ ରୁ କିଛି କିଲୋମିଟର ଦୂରରେ ଥିବା ଏକ କଲଭର୍ଟରୁ ୧୫ ଫୁଟ ତଳକୁ ଖସି ପଡ଼ିଥିଲା । ଘଟିଥିବା ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଆହତମାନଙ୍କ ମଧ୍ୟରୁ ଅନେକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ହସପିଟାଲ୍ ଅଣାଯାଇଥିଲା।

ସେମାନଙ୍କୁ CPR ଦିଆଯାଇଥିଲା। ଅନେକଙ୍କୁ ଅକ୍ସିଜେନ ସପୋର୍ଟରେ ମଧ୍ୟ ରଖାଯାଇଥିଲା। ଅଧିକାଂଶ ଆହତଙ୍କ ମୁଣ୍ଡରେ ଆଘାତ ଲାଗିଛି। ସେମାନଙ୍କ ହାତ ଏବଂ ଗୋଡରେ ମଧ୍ୟ ଫ୍ରାକ୍ଚର ହୋଇଛି। ଅଧିକାଂଶ ଆହତ ସିଟ୍ ମଝିରେ ଫସି ରହିବା ଯୋଗୁଁ ଏପରି ହୋଇଛି। ବସ୍ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଜିଲ୍ଲାପାଳ ପୀୟୁଷ ସାମରିଆ ଏବଂ କୋଟା ରେଞ୍ଜ ଆଇଜି ହରେନ୍ଦ୍ର ମହାୱାର ଏମବିଏସ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଛନ୍ତି ।