ନୂଆଦିଲ୍ଲୀ: ରିଆଲିଟି ସୋ' 'ବିଗ୍ ବସ୍ ୨୦' (Bigg Boss 20) ରେ ଭୋଜପୁରୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ଆମ୍ରପାଲୀ ଦୁବେ ପ୍ରତିଯୋଗୀ ଭାବରେ ପ୍ରବେଶ କରିଛନ୍ତି। ନିଜ ଅଭିନୟ ଏବଂ ବଡ଼ ଫ୍ୟାନ୍ ଫଲୋଇଂ ପାଇଁ ପରିଚିତ ଆମ୍ରପାଲୀ, ଏବେ ଏହି ବହୁଚର୍ଚ୍ଚିତ ସୋ' ମାଧ୍ୟମରେ ନିଜ ବ୍ୟକ୍ତିତ୍ୱର ଏକ ନୂଆ ରୂପ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଯାଉଛନ୍ତି।

ବିଗ୍ ବସ୍ ଘରେ ଆମ୍ରପାଲୀଙ୍କ ଧମାକାଦାର୍ ଏଣ୍ଟ୍ରି
ଆମ୍ରପାଲୀଙ୍କ ଗ୍ରାଣ୍ଡ ଏଣ୍ଟ୍ରିକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ ତାଙ୍କର ଘନିଷ୍ଠ ବନ୍ଧୁ ତଥା ପ୍ରସିଦ୍ଧ ଭୋଜପୁରୀ ଅଭିନେତା ଦିନେଶ ଲାଲ ଯାଦବ (ନିରହୁଆ) ସୋ'ରେ ପହଞ୍ଚି ତାଙ୍କୁ ଉତ୍ସାହିତ କରିଥିଲେ। ଏହି ଦୁଇ କଳାକାର 'ନିରହୁଆ ହିନ୍ଦୁସ୍ତାନୀ', 'ନିରହୁଆ ଚଲଲ୍ ଲଣ୍ଡନ୍' ଏବଂ 'ନିରହୁଆ ଦି ଲିଡର୍' ଭଳି ସୁପରହିଟ୍ ସିନେମାରେ ଏକାଠି କାମ କରି ଦର୍ଶକଙ୍କ ମନ ଜିଣିଛନ୍ତି।

ସୂଚନାଯୋଗ୍ୟ ଯେ, ଆମ୍ରପାଲୀଙ୍କ ସହ ଅଭିନେତ୍ରୀ ଇଶା ରିଖି ଏବଂ ଅଷ୍ଟ୍ରିଆନ୍ ଅଭିନେତା ତଥା ମଡେଲ୍ ରୋହେଦ୍ ଖାନ୍ ମଧ୍ୟ ପ୍ରତିଯୋଗୀ ଭାବେ ଗୃହପ୍ରବେଶ କରିଛନ୍ତି।

କିଏ ଏହି ଆମ୍ରପାଲୀ ଦୁବେ ?
ଆମ୍ରପାଲୀ ଦୁବେ ହେଉଛନ୍ତି ଭୋଜପୁରୀ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଚେହେରା। ସେ ନିଜ କ୍ୟାରିଅରର ଆରମ୍ଭ ଟେଲିଭିଜନ୍ ଧାରାବାହିକରୁ କରିଥିଲେ। 'ସାତ୍ ଫେରେ: ସାଲୋନି କା ସଫର', 'ମାୟକା', ଏବଂ 'ରେହନା ହୈ ତେରୀ ପଲକୋଁ କି ଛାଓଁ ମେଁ' ଭଳି ଧାରାବାହିକରେ ସେ କାମ କରିଛନ୍ତି। ୨୦୧୪ ମସିହାରେ ସିନେମା 'ନିରହୁଆ ହିନ୍ଦୁସ୍ତାନୀ' ମାଧ୍ୟମରେ ସେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ।