ନୂଆଦିଲ୍ଲୀ ୦୮/୧୨: ନୋଟାରି ମାନଙ୍କ ଦ୍ଵାରା ହେଉଥିବା ଜାଲିଆତି ରୋକିବା ପାଇଁ ଆଇନ୍ ବିଭାଗର ବଡ଼ ପଦକ୍ଷେପ । ଆସନ୍ତା ଜାନୁଆରୀ ୧ ତାରିଖରୁ ନୋଟରି ଅଟୋମେସନ ପୋର୍ଟାଲ କାର୍ଯ୍ୟ କରିବ । ମୋବଇଲ ଆପ ଜରିଆରେ ପ୍ରତିଦିନ ରିପୋର୍ଟ ଦାଖଲ କରିବେ । ଯାହାକୁ ଆଜି ଆଇନ୍ ମନ୍ତ୍ରୀ ଏହି ପୋର୍ଟାଲ୍ ର ଶୁଭାରମ୍ଭ କରିଛନ୍ତି।

​​​​​​​

ନୋଟାରି ପଞ୍ଜିକରଣ, ନୋଟାରି ମାନକ କାର୍ଯ୍ୟର ତଦାରଖ, ସ୍ଵତ୍ସତା ବାବଦରେ ଏଣିକି ଆଇନ୍ ବିଭାଗ ଜାଣିପାରିବ । ପ୍ରତିଦିନ ନୋଟରିରେ ହେଉଥିବା କାର୍ଯ୍ୟର ତଦାରଖ ସହ ବେଆଇନ୍ କାର୍ଯ୍ୟକୁ ଏହାଦ୍ୱାରା ରୋକଯାଇପାରିବ । ଅନେକ ସମୟରେ ନୋଟାରିମାନଙ୍କ ଦ୍ଵାରା ହେଉଥିବା ଏଗ୍ରିମେଣ୍ଟ ଏଵଂ ଜମିବାଡ଼ି ରେଜିଷ୍ଟ୍ରେସନ ସମ୍ପର୍କିତ ଦୈନନ୍ଦୀନ କାର୍ଯ୍ୟ ଏଥିରେ ଉପଲବ୍ଧ ହେବ । ବିଭିନ୍ନ ଡକ୍ୟୁମେଣ୍ଟକୁ ସାର୍ଟିଫାଏଡ଼ କରିବାରେ ନୋଟାରି ମାନଙ୍କର ଭୂମିକା ରହିଥାଏ। ଯେଉଁମନେ ଅନିୟମିତତା କରୁଥିଲେ ସେମାନେ ଶବଦ୍ ହେବ ସହ ଯେଉଁ ଜାଳୀୟତି ହେଉଥିଲା ଆଉ ହେବନି।