ଭୁବନେଶ୍ଵର: ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଇ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ଵର। ଚିକ୍ ମିକ ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ଭୁବନେଶ୍ଵର। ସରକାରୀ କୋଠା ଠାରୁ ରାସ୍ତା ଘାଟ ନବ ବଧୁ ବେଶରେ ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ଵର। ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ରାଜଧାନୀ ଭୁବନେଶ୍ଵରର ପ୍ରମୁଖ ସରକାରୀ କୋଠା। ଲୋକଭବନଠୁ ଆରମ୍ଭ କରି ବିଧାନସଭା ସବୁ ଝଲସି ଉଠୁଛି। କେବଳ ଏତିକି ନୁହେଁ ରାଜଧାନୀର ପ୍ରମୁଖ ଛକ ଗୁଡିକର ଉନ୍ନତ ସାଜସଜ୍ଜା ସମସ୍ତଙ୍କୁ ଆକର୍ଷିତ କରୁଛି।

୧୯୪୮ ଏପ୍ରିଲ ୧୩ ରେ ଭୁବନେଶ୍ବରରକୁ ରାଜ୍ୟର ରାଜଧାନୀ କରିବା ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ ଶିଳାନ୍ୟାସ କରିଥିଲେ। ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖ ରେ ସ୍ଵତନ୍ତ୍ର ଭାବେ ସାଜସଜ୍ଜା କରାଯାଇଛି। ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ବିଧାନସୌଧ ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ପୁଷ୍ପ ମାଲ୍ୟ ଅର୍ପଣ କରି ବାଚସ୍ପତି ସୁରମା ପାଢୀଙ୍କ ଦିବସର ଅୟମାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି। ପରେ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ।

Also Read: ରାଉରକେଲାରେ ୪ ପ୍ରକଳ୍ପର ଲୋକାର୍ପଣ କରିବେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ ପାଇଁ ସୁନ୍ଦରଗଡ଼ ପ୍ରସ୍ତୁତ

ତେବେ ଭୁବନେଶ୍ୱର ର ରାସ୍ତାଘାଟ ଓ କଳେବର ବଢିଥିବା ବେଳେ ଏଠାରେ ଲୋକେ ରହିବାକୁ ବେଶ ପସନ୍ଦ କରୁଛନ୍ତି। କାରଣ ଏହା କ୍ରୀଡା ସ୍ୱାସ୍ଥ୍ୟ ଓ ଶିକ୍ଷାର ହବ ପାଲଟିଛି। ତେଣୁ ଏହି ଅଭିବୃଦ୍ଧି ସହରକୁ ସ୍ଵଛ ସୁନ୍ଦର , ସବୁଜ ଓ ସମୃଦ୍ଧ କରିବାର ମିଳିତ ସହଭାଗିତାର ଆହ୍ୱାନ ଦେଇଛନ୍ତି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି।