ଭୋଗରାଇ: ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀଙ୍କୁ ନେଇ ୧୦ କିଲୋମିଟର ଚାଲିଲା ଲକ୍ଷ୍ମୀ ବସ। ଗାଡ଼ିରୁ ପ୍ରବଳ ଧୂଆଁ ବାହାରିବା ସତ୍ତ୍ଵେ ବି ଦ୍ରୁତ ଗତିରେ ରାଜ୍ୟପଥ ୫୭ ରେ ଚାଲିଥିଲା ବସ୍ । ପ୍ରାୟ ୨ କିଲୋମିଟର ଲୋକ ଗୋଡ଼ାଇ ଗୋଡ଼ାଇ ଗାଡ଼ିକୁ ଅଟକାଇ ଲିଭାଇଲେ ନିଆଁ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବିଭାଗ । ଥାନାଛକ ଡିପୋରୁ ନିତିଦିନିଆ ଯିବା ଆସିବା କରେ ଏହି ବସ୍ । ତେବେ ୫୭ ନମ୍ବର ରାଜ୍ୟ ରାଜପଥ ନୂଆଗାଁ ପାନ ମାର୍କେଟରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ ଭୋଗରାଇ ଥାନାଛକ ବସ୍ ଡିପ OD01AV-7034 ଏହି ଲଷ୍ମୀ ବସ୍ ପ୍ରତ୍ୟେକ ଦିନ କୀର୍ତିନିଆ ପର୍ଯ୍ୟନ୍ତ ଯିବା ଆସିବା କରିଥାଏ । ମାତ୍ର ଆଜି କୀର୍ତିନିଆରେ ଯାତ୍ରୀଙ୍କୁ ଛାଡ଼ି ଆଉ କିଛି ଯାତ୍ରୀଙ୍କୁ ନେଇ ଡିପୋ ଥାନା ଛକକୁ ଫେରୁଥିଲା । ମାତ୍ର କାନ୍ଥିଭଉଁରୀ ଆଦର୍ଶ ବିଦ୍ୟାଳୟ ନିକଟରେ ଗାଡିରୁ ପ୍ରବଳ ଧୂଆଁ ବାହାରିବା ପରେ ସୁପରଭାଇଜର ପ୍ରଶାନ୍ତଙ୍କୁ ଡ୍ରାଇଭର ସଙ୍ଗେ ସଙ୍ଗେ ଜଣାଇବା ପରେ ସେ ଗାଡ଼ିକୁ ନେଇ ଡିପୋକୁ ପହଞ୍ଚିବାକୁ କହିଥିଲେ । ଗାଡ଼ି ଚନ୍ଦନେଶ୍ଵର ପହଞ୍ଚିବା ପରେ ଅଧିକ ମାତ୍ରରେ ନିଆଁ ଜଳିବାରୁ ଯାତ୍ରୀ ମାନେ ଗାଡ଼ିରୁ ଓହ୍ଲାଇ ଯାଇଥିଲେ ।

Also Read: ରାଜ୍ୟରେ ଫେରିବ ମୂଳ ଓଡ଼ିଆ ନାମ, ୫୦ରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ ପ୍ରସ୍ତାବ

ପୁଣି ସେମିତି ଦ୍ରୁତ ଗତିରେ ପ୍ରବଳ ନିଆଁ ଓ ଧୂଆଁ ସତେ ବି ଗାଡ଼ି ନେଇ ଡ୍ରାଇଭର ଡିପ ଅଭିମୁଖେ ଯାଉଥିବା ବେଳେ ଆଜି ଗୁରୁବାର ଥିବାରୁ ଜଳସହରିଆ ପାନ ମାର୍କେଟ ଅଧିକ ଭିଡ଼ ଥିବା ବେଳେ ଗାଡ଼ିର ଏପରି ଅବସ୍ଥା ଦେଖି ଲୋକମାନେ ଗାଡିକୁ ଜବରଦସ୍ତି ଅଟକାଇ ନିଜେ ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିବା ସହିତ ସଂଗେ ସଂଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ବସରେ ଏଭଳି ସ୍ଥିତି ପରେ ଯାତ୍ରୀ ଗାଡ଼ିରେ ଥିବା ସତେ କେମିତି ସୁପରଭାଇଜର ଗାଡ଼ିକୁ ନେବା ପାଇଁ କହିଲେ ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।