ଭଦ୍ରକ: ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ କୁଟାଖିଅ ବି ସାହାରା। ଏହି ଲୋକକଥାର ଏକ ବାସ୍ତବ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକରେ। ଏଠାରେ ବନ୍ୟା ପାଣିରେ ଭାସିଯାଉଥିବା ଜଣେ ବ୍ୟକ୍ତି ଏକ ତାଳ ଗଛକୁ ଧରି ପ୍ରାୟ ୫ ଦିନ ଯାଏ ଲାଖି ରହିଥିଲେ। ଶେଷରେ ତାଙ୍କୁ ଓଡରାଫ୍ ଟିମ୍ କର୍ମଚାରୀ ଉଦ୍ଧାର କରିଛନ୍ତି।

ସୂଚନା ଅନୁସାରେ, ଅର୍ଜୁନପୁର ପଞ୍ଚାୟତ ଅଧୀନ ବାଲିପାଟଣା ଗାଁର ଶୁନନ୍ଦ ବେହେରା ବନ୍ୟା ପାଣିରେ ଭାସି ଯାଇଥିଲେ। ହେଲେ ସୌଭାଗ୍ୟବଶତଃ ବାଜାପତି ପଡ଼ିଆ ନିକଟ ଏକ ତାଳ ଗଛରେ ଲାଖି ରହିଥିଲେ। ତେବେ ପ୍ରାୟ ୫ ଦିନ ଗଛକୁ ଧରି ରହିଥିବା ବେଳେ, ମଙ୍ଗଳବାର ତାଙ୍କୁ କିଛି ସ୍ଥାନୀୟ ଲୋକେ ଦେଖିଥଲେ।

Also Read: ଶୁଣ ଶୁଣ... ମନ ଦେଇ ଶୁଣ... ଗୋବରୀ ନଈରେ କୁମ୍ଭୀର, ସାବଧାନ !

ଏହା ପରେ ଖବର ପାଇ ଓଡରାଫ୍ ଟିମ୍ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି । ବ୍ୟକ୍ତି ଜଣକ ମାନସିକ ବିକାର ଗ୍ରସ୍ତ ବୋଲି ସୂଚନା ମିଳିଛି। ତେବେ ସ୍ବାସ୍ଥ୍ୟ ଖରାପ ଯୋଗୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।