ଭଦ୍ରକ: ଛଟେଇକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଠିକା କର୍ମଚାରୀ। ମଙ୍ଗଳବାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଅଧିନ ଭଦ୍ରକ ବୈଦୁତିକ ମଣ୍ଡଳ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହ ଧାରଣା ଦେଇଛନ୍ତି। ଏମିତି ଛଟେଇକୁ ନେଇ ଠିକା କର୍ମଚାରୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି

କଳିଙ୍ଗ ବିଦ୍ୟୁତ୍ କର୍ମଚାରୀ ସଂଘ ଭଦ୍ରକ ଶାଖା ସହ ରାଜ୍ୟର ୮ଟି ଶ୍ରମିକ ସଂଗଠନ ଡାକରାରେ ଆନ୍ଦୋଳନ ଜାରି ରହିଛି । ତେବେ ପ୍ରାୟ ୨୦ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଠିକା କର୍ମଚାରୀଙ୍କୁ ଛଟେଇ କରିଛି ଟାଟା ପାୱାର । ତେବେ ଛଟେଇ କର୍ମଚାରୀ ମାନେ ଓ ବିଭିନ୍ନ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଙ୍କୁ ଅବଗତ କରାଇଛନ୍ତି । ଆଗାମୀ ସମୟରେ ଶ୍ରମିକଙ୍କ ଛଟେଇ ଆଦେଶକୁ ପ୍ରତ୍ୟାହାର ନ କଲେ ବିଧାନସଭା ଘେରାଉ ସହ ରାଜ୍ୟ ତମାମ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

Also Read: ସକ୍ରିୟ ଘୂର୍ଣ୍ଣିବଳୟ ବଢ଼ାଇଲା ଭୟ, ବଙ୍ଗୋପସାଗରେ ସୃଷ୍ଟି ହେବ ଲଘୁଚାପ, ଆସୁଛି ବଡ଼ ବର୍ଷା