ଭଦ୍ରକ: ଦୁର୍ଘଟଣାରେ ଆହତ ହୋଇଥିବା ୪ ଗୁରୁତରଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଲେ ବିଧାୟକ। ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଏଭଳି ମହାନତାକୁ ନେଇ ଏବେ ସବୁଠି ପ୍ରଶଂସା।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଆଗରପଡ଼ାକୁ ଏକ କାର୍ଯ୍ୟକ୍ରମରେ ଯାଉଥିଲେ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ମୁଣ୍ଡିମରା ଛକ ନିକଟରେ ବିଧାୟକଙ୍କ ଗାଡ଼ି ସାମ୍ନାରେ ଏକ କାର ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା ।

ଅଟୋରେ ଥିବା ୩ ମହିଳାଙ୍କ ସମେତ ୪ ଜଣ ଗୁରୁତର ହୋଇଥିଲେ। ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ୪ ଜଣ ଗୁରୁତରଙ୍କୁ ନିଜ ଗାଡ଼ିରେ ଭଦ୍ରକ ଜିଲ୍ଲା ମେଡିକାଲକୁ ପଠାଇଥିଲେ।ପରେ ଅନ୍ୟ ଗାଡ଼ି ଦ୍ବାରା ମେଡିକାଲ ପହଞ୍ଚି ଗୁରୁତରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି।