ବ୍ରହ୍ମପୁର ୦୫।୦୮ :  ସ୍ୱାସ୍ଥ୍ୟ ବିଭାଗର ଛାନ୍‌ଭିନ୍‌ । ବ୍ରହ୍ମପୁର ମେଡିକାଲ କଲେଜର ପିଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆରମ୍ଭ ହୋଇଛି ଛାନ୍‌ଭିନ୍ । ଏମକେସିଜି ମେଡିକାଲ କଲେଜରେ ପହଞ୍ଚିଲେ ସ୍ୱାସ୍ଥ୍ୟ ବିଭାଗର ତିନି ଜଣିଆ ଟିମ୍‌ । ଏହି ଟିମ୍‌ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମିଶ୍ର, ଅତିରିକ୍ତ ସଚିବ ବିଜୟ କୁମାର ଦାସ ଏବଂ ଯୁଗ୍ମ ଡିଏମଇଟି ଡାକ୍ତର ଅନିଲ କୁମାର ସାହୁ ଅଛନ୍ତି ।

ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ତଦନ୍ତରେ ମେଡିକାଲ କଲେଜର ଡିନ୍‌ଙ୍କ ସମେତ ଅନ୍ୟ କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି । ସବୁ ଦିଗକୁ ନେଇ ତନାଘନା କରୁଛନ୍ତି । ପୂର୍ବରୁ ଏମକେସିଜି ମେଡିକାଲ କଲେଜର ୫ ଜଣିଆ ଟିମ୍‌ ତଦନ୍ତ କରି ଡିନ୍‌ଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।  ଡିନ୍‌ ଏହି ରିପୋର୍ଟକୁ OUHASକୁ ପ୍ରଦାନ କରିଛନ୍ତି । ଏସବୁ ଭିତରେ ସ୍ୱାସ୍ଥ୍ୟ ବିଭାଗର ତିନି ଜଣିଆ ଟିମ୍‌ MKCGରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରୁଛନ୍ତି ।

Also Read:-ରେପୋ ରେଟରେ ପରିବର୍ତ୍ତନ କଲାନି RBI , ଲୋନ୍-EMI ଉପରେ ପଡି଼ବନି ପ୍ରଭାବ !

.