ବ୍ରହ୍ମପୁର ୨୮।୦୪ : ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା । ରିମାଣ୍ଡ ଅବଧି ଶେଷ ହେବା ପରେ ୫ ଅଭିଯୁକ୍ତ ବ୍ରହ୍ମପୁର ଜେଲ୍‌କୁ ଫେରିଛନ୍ତି । ଗୋପାଳପୁର ଥାନାରୁ ୫ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ଜେଲକୁ ନିଆଯାଇଛି।

ଗଞ୍ଜାମ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଉଭୟ ପକ୍ଷର ଦଲିଲ ଶୁଣିବା ପରେ ୫ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ରିମାଣ୍ଡରେ ପୋଲିସ ବିଭିନ୍ନ ଦିଗକୁ ନେଇ ଜେରା କରିବା ସହ କ୍ରାଇମ୍‌ ସିନ୍ ରିକ୍ରିଏସନ୍‌ କରିଥିଲା । ଗତ ୨୫ରୁ ୨୭ ତାରିଖ ଯାଏଁ ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଥିଲା ପୋଲିସ । ରିମାଣ୍ଡ ଶେଷ ପରେ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଛି ।ହାଜର ପରେ ସମସ୍ତଙ୍କୁ ଗୋପାଳପୁର ଥାନାକୁ ନିଆଯାଇଥିଲା । ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳପୁର ମେଡିକାଲକୁ ନିଆଯାଇଥିଲା । ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ବ୍ରହ୍ମପୁର ଜେଲ୍‌କୁ ପଠାଯାଇଛି । ଏହି ଜେରା ସମୟରେ ପୋଲିସକୁ ଅନେକ ତଥ୍ୟ ମିଳିଥିବା ସୂଚନା ମିଳିଛି ।

Also Read:-Berhampur Businessman Murder : ସୁଧିରଙ୍କ ସ୍ତ୍ରୀଙ୍କୁ କୋଟିଏ ମାଗୁଥିଲା କିଡ୍‌ନାପର, କହୁଥିଲା- ଆମକୁ ୫୦ ଲକ୍ଷ ମିଳିଛି, ତୁମେ ଡବଲ୍ ଦିଅ, ନହେଲେ...

ତେବେ ପାଞ୍ଚ ଅଭିଯୁକ୍ତଙ୍କୁ ରିମାଣ୍ଡ ପରେ ଏବେ କାହା ପାଳି ପଡ଼ିବ ? ସୁଧିରଙ୍କ ଝିଆରୀ ଓ ପୁତୁରାଙ୍କୁ ଜେରା କରିବ କି ପୋଲିସ ? ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ଏସବୁ ଭିତରେ ସୋସିଆଲ ମିଡିଆରେ ଏକ ଅଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିଯୁକ୍ତଙ୍କ ସହ ସୁଧିରଙ୍କ ସ୍ତ୍ରୀ ରଶ୍ମିତା ଟଙ୍କା ନେଣଦେଣ ନେଇ କଥା ହେଉଥିବାର ଶୁଣିବାକୁ ମିଳିଛି । ଏପିରିକି ସୁଧିରଙ୍କୁ ମୁକାଳିବା ପାଇଁ ଅପରହଣକାରୀମାନେ ୧ କୋଟି ଟଙ୍କା ଦାବି କରିଥିଲେ । କିନ୍ତୁ ସୁଧିରଙ୍କ ସ୍ତ୍ରୀ ଏତେ ଟଙ୍କା ଦେବାକୁ ଅକ୍ଷମ ବୋଲି କହିଥିଲେ । ଏହାବାବଦରେ ସେ ପାଖରେ ଯେତିକି ସୁନା ଓ ଗହଣା ଅଛି, ସବୁ ଦେବା ପାଇଁ କହିଥିଲେ ।