ବାଲିଗୁଡା, ୦୯/୧୦ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତ ଶିବ ମନ୍ଦିର ନିକଟରେ ଗୋମାଂସ ବିକିବା ସମୟରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ । ଗୋମାଂସ ପ୍ରସ୍ତୁତ ହେଉଥିବା ବେଳେ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଁଞ୍ଚି କଟା ମୁଣ୍ଡ, ଟାଙ୍ଗିଆ ଓ ବ୍ୟବହୃତ ଛୁରୀକୁ ଜବତ କରିଛି l ତେବେ ଶିବ ମନ୍ଦିର ନିକଟରେ ଖୁଲୁମଖୁଲା ନିର୍ଭୟରେ ଗୋମାଂସ କାଟିବା ଏବଂ ଏହାକୁ କିଛି ଲୋକଙ୍କ ବିରୋଧ ସତ୍ୱେ ବିକ୍ରି କରିବାକୁ ଚେଷ୍ଟା କରିବାକୁ ନେଇଁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ଶୁକ୍ରବାର ସକାଳୁ କାସିନି ପଦର ଗାଁର ଅର୍ଜୁନ ଦିଗାଲ (୪୫) ଲାଲୁ ଦିଗାଲ (୭୫) ଶ୍ରୀକାନ୍ତ ଦିଗାଲ (୨୪) ପ୍ରସନ୍ନ କୁମାର ଦିଗାଲ (୪୧) ଏକ ଗାଈକୁ ଶିବ ମନ୍ଦିର ନିକଟରେ ଥିବା ଏକ ପଡିଆରେ ମାରିବା ସହ ମୁଣ୍ଡ ଅଲଗା କରିଥିଲେ । ବିକ୍ରି ଉଦ୍ଦେଶ୍ୟରେ ସେମାନେ ମାଂସ କାଟିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ବିରୋଧ କରିଥିଲେ ମଧ୍ୟ ଅଭିଯୁକ୍ତମାନେ କାହା କଥା ଶୁଣି ନଥିଲେ । ଯଦ୍ୱାରା ଅଞ୍ଚଳରେ ଏକ ଅପ୍ରୀତିକର ପରିବେଶ ଶୃଷ୍ଟି ହୋଇଥିଲା l

Also Read :- ଇଣ୍ଡିଆ-ଇଣ୍ଡିଜ୍ ଦ୍ୱିତୀୟ ଟି୨୦ : ସଞ୍ଜୁ ସାମସନଙ୍କ ଉପରେ ନଜର, ପୁଣି ବୈଭବ ବାଦ୍ !

ଖବର ପାଇ ଫିରିଙ୍ଗିଆ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଗୋ ମାଂସ କାଟୁଥିବା ସ୍ଥାନରୁ ୪ ଜଣଙ୍କୁ ଗିରଫ କରିଥିଲା । ଗୋ ମାଂସ, କଟା ମୁଣ୍ଡ, ଗୋଡ଼ ଜବତ କରିବା ସହ ଫିରିଙ୍ଗିଆ ଥାନାକୁ ଆଣିଥିଲେ l ଫିରିଙ୍ଗିଆ ଥାନାରେ ଏହି ଘଟଣାକୁ ନେଇଁ ଏକ ମାମଲା ରୁଜୁ କରିଥିବା ବେଳେ ତୁରନ୍ତ ଚାରି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାର ଅଧିକ ତଦନ୍ତ କରୁଥିବା ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀଧର ସାହୁ ସୂଚନା ଦେଇଛନ୍ତି l ତେବେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗୋ ହତ୍ୟାରେ ସମ୍ପୃକ୍ତ ଥିବା ଚାରି ଜଣକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ l