ସୋର ୦୩।୦୮: ବନ୍ୟାରେ ପ୍ରଭାବିତ ହୋଇଛି ବାଲେଶ୍ୱର। ଉଜୁଡ଼ି ଯାଇଛି ଫସଲ, ଭାଙ୍ଗିଯାଇଛି ଘର । ଧୋଇଯାଇଛି ରାସ୍ତାଘାଟ। ଭୋକ ଓପାସରେ ପଡ଼ିଛନ୍ତି ବିପନ୍ନ। ଦୁର୍ଗମ ଆଦିବାସୀ ପଡ଼ାଗୁଡ଼ିକରେ ରିଲିଫ୍ ପାଇଁ ସଂଘର୍ଷ କରୁଛନ୍ତି ବନ୍ୟା ବିପନ୍ନ। ବନ୍ୟାର ଏହି ଚିତ୍ର ମଧ୍ୟରେ ଦେଖିବାକୁ ମିଳିଛି ଦାୟିତ୍ବବୋଧ ଓ ମାନବିକତାର ଉଦାହରଣ । ବାହାନଗା ବିଡିଓ ବିକ୍ରମ କିଶୋର ପରିଡ଼ା ବିଲ ହୁଡ଼ାରେ ପ୍ରାୟ ୧ କିଲୋମିଟର ରିଲିଫ୍ ବୋହି ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚାଇଛନ୍ତି।

ବାହାନଗା ବ୍ଲକ କସବା ଜୟପୁର ପଞ୍ଚାୟତର ବରପଦା ଆଦିବାସୀ ସାହି ବନ୍ୟା ପ୍ରଭାବରେ ବାହ୍ୟ ଜଗତରୁ ପ୍ରାୟ ବିଚ୍ଛିନ୍ନ ହୋଇପଡ଼ିଛି। ଏଠାରେ ପ୍ରାୟ ୪୫ରୁ ଅଧିକ ଆଦିବାସି ପରିବାର ବସବାସ କରୁଥିବା ବେଳେ ଯାତାୟାତ ପାଇଁ ସ୍ଥାୟୀ ସଡ଼କ ନାହିଁ । ବନ୍ଯା ପରିସ୍ଥିତି ସୃଷ୍ଟି ହେବା ପରଠାରୁ ପ୍ରଶାସନ ପକ୍ଷରୁ ନିୟମିତ ଭାବେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଶନିବାର ବିଡିଓ ଆଦିବାସୀ ସାହିରେ ପହଞ୍ଚି ପ୍ରଭାବିତ ପରିବାରଙ୍କ ସହ ବନ୍ୟାଜନିତ କ୍ଷୟକ୍ଷତି ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରିବା ସହ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସହାୟତା ଯଥା ଶୀଘ୍ର ପହଞ୍ଚାଇବାକୁ ପଦକ୍ଷେପ ନିଆଯିବ ବୋଲି ଆଶ୍ଵାସନା ଦେଇଥିଲେ।

Also Read:-ଆର୍.ଡି. ବର୍ମନଙ୍କ ବାୟୋପିକକୁ ନେଇ ବଢ଼ିଲା ଚର୍ଚ୍ଚା, ସ୍ପେଶାଲ ରୋଲରେ ନଜର ଆସିପାରନ୍ତି ଖିଲାଡି