ଭୁବନେଶ୍ବର ୧୬।୧୧: ଓଡ଼ିଶାରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ । ଭୁବନେଶ୍ୱରରେ ଆୟୋଜିତ ବିଧାନୟକଙ୍କ ସ୍ୱତନ୍ତ୍ର ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି । ବିଧାୟକ ମାନଙ୍କୁ ବିଧାନସଭା କାର୍ଯ୍ୟପ୍ରଣାଳୀ, ବିଭିନ୍ନ ସଂସଦୀୟ କମିଟିର ଦାୟିତ୍ୱ ଏବଂ ବଜେଟ୍ ସମ୍ପର୍କିତ ବିଷୟରେ ତାଲିମ ଦେବେ । ମେ’ ଫେୟାର ସାଙ୍କ୍ଚୁଆରି କନ୍ଭେନସନ୍ ହଲ୍ରେ ବିଧାୟକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି ।

ବିଧାୟକଙ୍କ ପ୍ରଶିକ୍ଷଣ କର୍ମଶାଳାରେ ଉପରାଷ୍ଟ୍ରପତି ଅଭିଭାଷଣ ରଖି କହିଛନ୍ତି, ଆପଣ ନିଜ ନିର୍ବାଚନ ମଣ୍ଡଳୀର ବିଶ୍ବାସ ଭାଜନ ହୋଇଛନ୍ତି । ବିଶ୍ବାସ ସହିତ ଦାୟିତ୍ଵ ଆସେ । ନୂଆ ଓ ଅଭିଜ୍ଞ ବିଧାୟକ ସାଂସଦ ମାନେ ଅଛନ୍ତି । ତାମିଲନାଡୁରେ କାମରାଜଙ୍କୁ ବିଜୁ ପଟ୍ଟନାୟକ କୁହଯାଏ । ବିଜୁଙ୍କୁ କାମରାଜ କହି ତୁଳନା କରିଛନ୍ତି ଉପରାଷ୍ଟ୍ରପତି । ସୁବାସ ବୋଷ, ବିଜୁ ପଟ୍ଟନାୟକ, ରବି ରାୟଙ୍କୁ ମନେ ପକାଇଲେ ଉପରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ଏଇ ମାଟିର, ପ୍ରଥମ ଜନଜାତି ମହିଳା ବାଚସ୍ପତି ବାଛିଥିବାରୁ ବିଧାୟକ ମାନଙ୍କୁ ଧନ୍ୟବାଦ ଦେଲେ ସି.ପି. ରାଧାକୃଷ୍ଣନ । ଏହି ଓରିଏଣ୍ଟେସନ ପ୍ରୋଗ୍ରାମ ଆପଣ ମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ପଲିସି, ପ୍ରଶ୍ନ ଯାହା ଆପଣ କରୁଛନ୍ତି ତାହା ରାଜ୍ଯ ବିକାଶ ପାଇଁ । ୨୦୪୭ ବିକଶିତ ଭାରତ ପାଇଁ ଆମ ପ୍ରୟାସ ହେବା ଆବଶ୍ୟକ । ମିସନ୍ ଓଡ଼ିଶା ୨୦୩୬ ରାଜ୍ଯକୁ ବିକଶିତ କରିବା ପାଇଁ ଲକ୍ଷ୍ୟ କରାଯାଇଛି । ସଂସଦ ଓ ବିଧାନସଭାରେ ସମସ୍ତଙ୍କ ବଡ଼ ଭୂମିକା । ମତାମତ ଭିନ୍ନ ହୋଇପାରେ କିନ୍ତୁ ସମ୍ବିଧାନ ଗୋଟିଏ । ଶିକ୍ଷା ହେଉଛି ନିରନ୍ତର ପ୍ରକ୍ରିୟା । ରୁଲ୍ସ ପ୍ରସିଜିୟୋର ବୁଝିବା ନିତାନ୍ତ ଆବଶ୍ୟକ । ଏହାଦ୍ୱାରା ବିଧାନସଭା ସୁପରିଚାଳନା ସମ୍ଭବ ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମଧ୍ଯ ଚ୍ୟାଲେଞ୍ଜ ର ସମ୍ମୁଖିନ ହୁଏ ରାଜ୍ଯ ସଭାରେ | ଜିରୋ ଆୱାର ସବୁଠୁ ଗୁରୁତ୍ୱପୂର୍ଣ୍ଣ । ପ୍ରଶ୍ନ ଉତ୍ତର କାଳ ନୂଆ ସଦସ୍ୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାର୍ଯ୍ୟ ପରାମର୍ଶ ଦାତା କମିଟି ମଧ୍ୟ ଗୁରୁତ୍ଵ ବହନ କରେ । ପବ୍ଲିକ ଆକାଉଣ୍ଟ୍ କମିଟି ଅନୁରୂପ ଭୂମିକା ନିଏ । ଏଆଇ, ଡିଜିଟାଲ ଟେକ୍ନୋଲୋଜି ବ୍ୟବହାର ଆବଶ୍ୟକ । ଗୃହ କମିଟିକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଟେକ୍ସଟାଇଲ ଶିଳ୍ପକୁ ପ୍ରମୋଟ୍ କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀଙ୍କ ଠୁ ଜାଣିବାକୁ ପାଇଲି ଓଡ଼ିଶା ସରକାର ଏହାର ଯଥେଷ୍ଟ ପ୍ରଚାର କରୁଛନ୍ତି ବୋଲି ଉପରାଷ୍ଟ୍ରପତି କହିଛନ୍ତି ।