ଢେଙ୍କାନାଳ: ସମୟ ବଦଳିଛି, ଲୋକଙ୍କ ଷ୍ଟାଇଲ ବି ଚେଞ୍ଜ । କିନ୍ତୁ ଯେତେ ଯାହା ହେଲେ ବି ଆମ ଓଡ଼ିଆଙ୍କ ଖାଦ୍ୟ ଶୈଳୀ ଏବେ ବି ହୋଇନି ପରିବର୍ତ୍ତନ । ସକାଳ ହେଲେ ମନ ପଡେ ଆମର ପ୍ରିୟ ଜଳଖିଆ । କେବଳ ଓଡ଼ିଆ ନୁହେଁ ଭାରତର ବିଭିନ୍ନ ସ୍ଥାନରେ ବି ପ୍ରତି ଲୋକଙ୍କ ପ୍ରିୟ ଖାଦ୍ୟ । ଗୋଟିଏ ପ୍ଲେଟ୍ରେ ୪ଟା ବରାକୁ ତରକାରୀ ବାସ୍ ସେତିକି ହେଲେ ହେଲା । ଆଉ କିଛି ଦରକାର ନାହିଁ ।

ବରାକୁ ତରକାରୀ ବା ଆଳୁକଷା...

କୁରୁକୁରିଆ, ମୁସୁମୁସିଆ...ପାଟିକୁ ଭାରି ସୁଆଦିଆ । ବରା ତ ସବୁଠି ମିଳେ, ସମସ୍ତଙ୍କ ବି ବହୁତ ପସନ୍ଦ । କିନ୍ତୁ ଢେଙ୍କାନାଳର ବରା ଟିକେ ନିଆରା । ସକାଳ ହେଉ କି ସନ୍ଧ୍ୟା, ଜଳଖିଆରେ ବରା ନହେଲେ ପାଟି ଅରୁଚି ହୋଇଯାଏ । ଏଠିକାର ବରା ଖାଇବାକୁ ସମସ୍ତେ ପାଗଳ । ଚାଇନିଜ୍, ଫାଷ୍ଟଫୁଡ ଯୁଗରେ ବି ବରାର ସ୍ଥାନ ସ୍ୱତନ୍ତ୍ର । ବରା ଯଦି ଆଜି ବଞ୍ଚିଛି କେବଳ ଆମ ଓଡ଼ିଆଙ୍କ ପାଇଁ । ମୁସୁମୁସିଆ ବରା ସାଙ୍ଗକୁ ଗରମ ଗରମ ଘୁଗୁନି ଖାଇବାର ମଜା ଯିଏ ପାଇଛି ସେ କେମିତି ବା ଭୁଲିବ । ଏମିତିକି ଅନେକ ସ୍ଥାନରେ ବରା ସାଙ୍ଗକୁ ଆଳୁକଷା ବି ମିଳେ ।

Also Read....Hanuman Ji: ମଙ୍ଗଳବାରକୁ ଭଗବାନ ହନୁମାନଙ୍କ ଦିନ କାହିଁକି କୁହାଯାଏ ? ଜାଣନ୍ତୁ ଏହି ଦିନ କ’ଣ କ’ଣ କରିବା ଉଚିତ

ଏପ୍ରିଲ ୭ ବରା ଦିବସ:

ବରା ଭାରତରେ ଖିଆଯାଉଥିବା କେତେକ ଛଣା ଖାଦ୍ୟର ଏକ ସାଧାରଣ ନାମ । ବିଭିନ୍ନ ପ୍ରକାରର ବରାସବୁକୁ ଫ୍ରିଟର, ଡୋନଟ, ଓ ଡମ୍ପଲିଙ୍ଗ ଆଦି ଭାବେ ବର୍ଣ୍ଣନା କରାଯାଇପାରେ । ଆହୁରି ବି ବଡ଼ା, ବଡ଼େ, ବଡ଼ାଇ ଆଦି ନାମରେ ମଧ୍ୟ ପରିଚିତ । ତେବେ ଏପ୍ରିଲ ୭ରେ ପ୍ରତିବର୍ଷ ବରା ଦିବସ ପାଳନ ହେଉଥିବାରୁ ଢେଙ୍କାନାଳରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବରା ଦିବସ ପାଳିତ ହୋଇଛି । ସୁଆଦିଆ ବରା ଖାଇ ବେଶ ଧୁମ ଧାମରେ ବରା ଦିବା ପାଳନ କରୁଛନ୍ତି ଢେଙ୍କାନାଳ ବାସୀ ।

ଢେଙ୍କାନାଳିଆଙ୍କୁ ପ୍ରିୟ ଖାଦ୍ୟ:

ଢେଙ୍କାନାଳ ଅଂଚଳରେ ଉତ୍ପାଦିତ ସ୍ୱତନ୍ତ୍ର ବିରିରୁ ପ୍ରସ୍ତୁତ ଏହି ସୁଆଦିଆ ବରା ସାରା ଓଡିଶା କାହିଁକି ଦେଶ ବିଦେଶରେ ମଧ୍ୟ ତାର ସ୍ୱତନ୍ତ୍ରତା ବଜାୟ ରଖିଛି। ଆଉ ଆଜି ଏହି ବରା ଦିବସ ଅବସରରେ ଢେଙ୍କାନାଳ ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ବରା ଦିବସକୁ ବେଶ ଧୁମ ଧାମରେ ପାଳନ କରୁଛନ୍ତି । ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ବରା ଖାଇ ଢେଙ୍କାନାଳ ବାସୀ ବେଶ ମସଗୁଲ ହୋଇଉଠିଛନ୍ତି ।