ନୂଆଦିଲ୍ଲୀ: ଜୁଲାଇ ମାସରେ ଦେଶର ବିଭିନ୍ନ ରାଜ୍ୟ ଏବଂ ସହରରେ ସମୁଦାୟ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। ୪ ରବିବାର ଏବଂ ଦ୍ବିତୀୟ- ଚତୁର୍ଥ ଶନିବାର ବ୍ୟତୀତ ପ୍ରାୟ ୬ ଦିନ ଭିନ୍ନ ଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ। ଏମିତିରେ ଆପଣଙ୍କୁ ଏମାସରେ ଜରୁରୀ ଥିବା ବ୍ୟାଙ୍କ କାମକୁ ଏହି ଛୁଟି ଦିନ ବ୍ୟତୀତ କରିପାରିବେ। ତେବେ ଜାଣି ରଖନ୍ତୁ ଓଡ଼ିଶାରେ କେତେ ଦିନ ବ୍ୟାଙ୍କ ଛୁଟି ରହିବ ?

ଓଡ଼ିଶାରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ?

ରାଜ୍ୟରେ ଜୁଲାଇ ମାସରେ ଚାରି ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟତୀତ ଜୁଲାଇ ୧୬ରେ ରଥଯାତ୍ରା ପାଇଁ ବ୍ୟାଙ୍କ ବନ୍ଦ ରହିବ। ଅର୍ଥାତ ଓଡ଼ିଶାରେ ୭ ଦିନ ବ୍ୟାଙ୍କ ବନ୍ଦ ରହିବ। ତେବେ ବ୍ୟାଙ୍କ ଛୁଟି ହେଲେ ବି ସମସ୍ତ ପ୍ରକାର ଅନଲାଇନ ବ୍ୟାଙ୍କିଂ ଏବଂ ଏଟିଏମ ମାଧ୍ୟମରେ ଦେଣନେଣ ହୋଇପାରିବ।

Also Read: EV ଲାଗି କେନ୍ଦ୍ର ସରକାରଙ୍କ ସବସିଡି ସମାପ୍ତ, ଜୁଲାଇ ୩୧ ପରେ ଆଉ ମିଳିବନି ସୁବିଧା