ଘଟଗାଁ ୧୨।୦୮ : ନିଜେ ପୋଛିଦେଲେ ନିଜ ସିନ୍ଦୂର । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାଟୁଳି ଗାଁରୁ ଆସିଛି ଏମିତି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଘଟଗାଁ ଥାନା ବାଙ୍କପାଟୁଳି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗତ ୧୦ ତାରିଖ ରାତିରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଦେଖୁ ଦେଖୁ ବିବାଦ ବଢିଥିଲା । ଉଭୟ ଉଭୟଙ୍କୁ ଆକ୍ରମଣ କରିଥିଲେ । ଏପିରିକି ଘରେ ଥିବା କାଠଫାଳିଆରେ ସ୍ୱାମୀକୁ ପିଟି ଦେଇଥିଲା ସ୍ତ୍ରୀ । ଯେଉଁଥିରେ ସ୍ୱାମୀ ଆନନ୍ଦ ଗୁରୁତର ହୋଇପଡିଥିଲେ । ଏହାପରେ ତାଙ୍କୁ ପରିବାର ପକ୍ଷରୁ ମେଡିକାଲ ନେବାକୁ ସ୍ଥିର କରାଯାଇଥିଲା । ହେଲେ ମେଡିକାଲ ନେବା ରାସ୍ତାରେ ଆନନ୍ଦଙ୍କର ମୃତ୍ୟୁ ହୋଇଯାଇଛି। ପାରିବାରିକ କଳହର କରୁଣ ପରିଣତି ବୋଲି ଜଣାପଡିଛି।

Also Read:-କିଏ ହେବ ରାଜ୍ୟର ପରବର୍ତ୍ତୀ ପୋଲିସ୍ ମୁଖିଆ, ସୁପ୍ରିମକୋର୍ଟରେ ଆଜି ଶୁଣାଣି

ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ମଧ୍ୟ ନେଇପାରେ ପୋଲିସ । ଏହି ହତ୍ୟା ଘଟଣାରେ  ଅଭିଯୁକ୍ତ ପତ୍ନୀ ଯାତ୍ରୀ ମୁଣ୍ଡାଙ୍କୁ ପୋଲିସର ଗିରଫ।