ଭୁବନେଶ୍ୱର ୧୨।୦୮ : କିଏ ହେବ ରାଜ୍ୟର ପରବର୍ତ୍ତୀ ପୋଲିସ୍ ମୁଖିଆ । ଏବେ ଏହା ଯେତିକି ରୋଚକ ହେଉଛି ସେତିକି ବିବାଦୀୟ ହେଉଛି । ଗୁରୁବାର ନୂଆଦିଲ୍ଲୀରେ ୟୁପିଏସସି ଚୟନ କମିଟିର ବୈଠକ ବସିବାକୁ ଥିବା ବେଳେ ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଆଜି ସୁପ୍ରିମକୋର୍ଟରେ ଏହାର ଜରୁରି ଶୁଣାଣି ହୋଇପାରେ ।

ସୋମବାର ୧୯୯୪ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ୍ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେବା ପରେ ରାଜ୍ୟ ପୋଲିସ ମୁଖିଆ ଚୟନ ପାଇଁ ବାଟ ଫିଟିଥିଲା। ପୂର୍ବରୁ ବରିଷ୍ଠତା ଭିତ୍ତିରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍ ପି କୋଚେଙ୍କ ନାମ ଆଗରେ ଥିଲା। ସୁଶାନ୍ତ ନାଥଙ୍କ ନାମ ବାଦ୍ ପକାଇ ସରକାର ସଞ୍ଜୀବ ପଣ୍ଡାଙ୍କ ନାମ ଆଗକୁ ଆଣିଥିଲେ। ଏହି ପ୍ରସଙ୍ଗକୁ ନେଇ ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି । ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

Also Read:-ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ବଡ଼ ଖବର, ୨ IPSଙ୍କୁ DG ପାହ୍ୟକୁ ପଦୋନ୍ନତି

ସେପଟେ ଗୁରୁବାର ବୈଠକ ପରେ ୟୁପିଏସସି ପକ୍ଷରୁ ୩ ଜଣିଆ ପ୍ରସ୍ତାବିତ ଡିଜିପି ତାଲିକା ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ସେହି ତିନି ଜଣିଆ ତାଲିକା ଭିତରୁ ଜଣଙ୍କୁ ନୂଆ ପୋଲିସ ଡିଜି ଭାବେ ନିଯୁକ୍ତି ଦେବେ ରାଜ୍ୟ ସରକାର।