ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସରେ ବିଭିନ୍ନ ରାଜ୍ୟ ଓ ସହରରେ ବ୍ୟାଙ୍କଗୁଡ଼ିକ ମୋଟ ୧୭ ଦିନ ପାଇଁ ବନ୍ଦ ରହିବ । ଏଥିରେ ୪ ଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟତୀତ, ବିଭିନ୍ନ ସ୍ଥାନରେ ଅନ୍ୟାନ୍ୟ କାରଣରୁ ବ୍ୟାଙ୍କଗୁଡ଼ିକ ୧୧ ଦିନ ପାଇଁ ବନ୍ଦ ରହିବ। ଡିସେମ୍ବର ମାସରେ କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଂ କାମ ଥିଲେ ଛୁଟି ବିଷୟରେ ଆପଣଙ୍କର ଜାଣି ନେବା ନିହାତ ଦରକାର।ଡିସେମ୍ବର ମାସରେ ଏହି ଦିନ ବନ୍ଦ ରହିବ ବ୍ୟାଙ୍କ

୧୨ ଡିସେମ୍ବରରେ ମାସର ଦ୍ୱିତୀୟ ଶନିବାର ପଡ଼ୁଛି। ତେଣୁ ଏହି ଦିନ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ।ସେହିପରି ୨୬ ସେପ୍ଟେମ୍ବରରେ ଚତୁର୍ଥ ସୋମବାର ପଡ଼ୁଥିବାରୁ ଏହି ଦିନ ହିଁ ବ୍ୟାଙ୍କ ବନ୍ଦ ରହିବ। ଅନ୍ୟପଟେ ୬,୧୩,୨୦ ଓ ୨୭ ତାରିଖ ରବିବାର ପଡ଼ୁଥିବାରୁ ଏହି ଦିନଗୁଡ଼ିକ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।

ଚାଲୁ ରହିବ ଅନ୍‌ଲାଇନ ବ୍ୟାଙ୍କିଂ କାମ

ବ୍ୟାଙ୍କ ଛୁଟି ରହିଲେ ବି ଆପଣ ଅନ୍ଲାଇନ ବ୍ୟାଙ୍କିଙ୍ଗ୍ କିମ୍ବା ଏଟିଏମ୍ ଜରିଆରେ ଟଙ୍କା ନେଣଦେଣ କରିପାରିବେ। କାରଣ ବ୍ୟାଙ୍କ ଛୁଟି ରହିଲେ ବି ଏହି ସୁବିଧା ଗୁଡିକ ପୂର୍ବପରି ଲାଗୁ ରହିବ। ସେହିପରି ଶେୟାର ମାର୍କେଟ୍ କଥା ଦେଖିଲେ ଡିସେମ୍ବର ସମାରେ ୯ ଦିନ କାରବାର ବନ୍ଦ ରହିବ। ଯେଉଁଥିରେ ୮ ଦିନ ଶନିବାର ଓ ରବିବାର ରହିବ। ଏହା ବାଦ ୨୫ ଡିସେମ୍ବର କ୍ରିସମାସରେ ବି ଶେୟାର ବଜାର ବନ୍ଦ ରହିବ।