ନୂଆଦିଲ୍ଲୀ, ୨୭/୦୯ : ଅତିଶୀଘ୍ର ଅଟା ଡାଲି ଦରକୁ ହୃଦୟଙ୍ଗମ କରିପାରିଛି ବାଂଲାଦେଶ। ନୂଆଦିଲ୍ଲୀ ସହ କଦାପି ସିଧ କଥା ହେଉ ନ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ସରକାର ୨୦୨୨ ପରେ ଏବେ ପ୍ରଥମ ଥର ଭାରତରୁ ଗହମ ଆମଦାନି ଆରମ୍ଭ କରିଦେଇଛନ୍ତି। ଭାରତରୁ ୨ ଲକ୍ଷ ଟନ ଗହମ ମଗାଇଛି ବାଂଲାଦେଶ।

ରୁଷ- ୟୁକ୍ରେନ ଯୁଦ୍ଧ ଯୋଗୁ ବାଂଲାଦେଶରେ ଗହମ ଅଟା ଦର ବଡ଼ ଆକାରରେ ବୃଦ୍ଧି ପାଇଛି। ଗତ ମାସକରେ ଏଥିରେ ୧୭% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏହାସହିତ ଦେଶରେ ଚାଉଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ଫଳରେ ଲୋକେ ଗହମ ଆଡ଼କୁ ଢଳୁଛନ୍ତି। ଚାହିଦା ବୃଦ୍ଧି ଫଳରେ ସେଠାରେ ଗହମ ଦର ଆକାଶ ଛୁଇଁଛି।

ଭାରତୀୟ ଗହମ କିଣୁଥିବା ଏକମାତ୍ର ଦେଶ ନୁହେଁ ବାଂଲାଦେଶ। ବ୍ଲୁମବର୍ଗ ଅନୁସାରେ, ଶ୍ରୀଲଙ୍କାର ଆମଦାନିକାରୀମାନେ ବି ନିକଟରେ ଭାରତରୁ ପ୍ରାୟ ୬୦,୦୦୦ ଟନ ଗହମ କିଣିଛନ୍ତି। ଟନ୍ ପିଛା ୩୨୫ ଡଲାର ମୂଲ୍ୟରେ ଏହି କାରବାର ହୋଇଛି। ବାଂଲାଦେଶୀ ବ୍ୟବସାୟୀମାନେ ଟନ୍ ପିଛା ୩୦୬ରୁ ୩୨୬ ଡଲାର ଦରରେ ୨,୦୦,୦୦୦ ଟନରୁ ଅଧିକ ଭାରତୀୟ ଗହମ ବୁକ୍ କରିଛନ୍ତି। ଏହି ସବୁ ରେଳ ମାଧ୍ୟମରେ ଯିବ। ୪ ବର୍ଷରୁ ଅଧିକ ସମୟ ମଧ୍ୟରେ ଢାକା ଦ୍ବାରା ଭାରତରୁ ଏହା ହେଉଛି ପ୍ରଥମ ଆମଦାନି ।

Also Read :- ୟୁଏନଏସସିର ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ଋଷର ସମର୍ଥନ: ପଶ୍ଚିମ ଦେଶକୁ ବିରୋଧ

ଚାଉଳ ବାଂଲାଦେଶର ମୁଖ୍ୟ ଶସ୍ୟ । କିନ୍ତୁ ଗହମ ମଧ୍ୟ ଏହାର ଦ୍ଵିତୀୟ ସର୍ବବୃହତ୍ ବ୍ୟବହାର ହେଉଥିବା ଶସ୍ୟ । ରିପୋର୍ଟ ଅନୁସାରେ, ବାଂଲାଦେଶ ପ୍ରତିବର୍ଷ ପାଖାପାଖି ୧୦ ଲକ୍ଷ ଟନ ଗହମ ଉତ୍ପାଦନ କରିଥାଏ କିନ୍ତୁ ଘରୋଇ ଚାହିଦା ପୂରଣ କରିବା ପାଇଁ ଏହାକୁ ଅତିରିକ୍ତ ୭୦ ଲକ୍ଷ ଟନ ଗହମ ଆମଦାନି କରିବାକୁ ପଡ଼ିଥାଏ ।