Street Namaz Ban: ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଆଗେଇ ଆସିଛନ୍ତି। ଏଣିକି ରାଜ୍ୟରେ ରାସ୍ତା କଡ଼ରେ ନମାଜ ଉପରେ ପ୍ରତିବନ୍ଧକ ଲଗାଯିବ ଏବଂ ରାସ୍ତାରେ ପ୍ରାର୍ଥନା କରିବାକୁ ଅନୁମତି ଦିଆଯିବ ନାହିଁବୋଲି ରାଜ୍ୟ ବିଜେପି ବିଧାୟକ ଅର୍ଜୁନ ସିଂହ କହିଛନ୍ତି। ଇଣ୍ଡିଆ ଟୁଡେ ଟିଭିକୁ ସାକ୍ଷାତକାର ଦେଇ ଶ୍ରୀ ସିଂହ ଏହି ସୂଚନା ଦେଇଛନ୍ତି। ତେବେ ବିଜେପି ବିଧାୟକଙ୍କ ଏହି ବୟାନ ପଶ୍ଚିମବଙ୍ଗରେ ବଡ଼ ବିବାଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି।

ରାଜ୍ୟରେ ଦାୟିତ୍ୱ ଗ୍ରହଣ କରିବା ପରେ ସରକାରଙ୍କ ପ୍ରାରମ୍ଭିକ ନିଷ୍ପତ୍ତି ବିଷୟରେ ସୂଚନା ଦେଇଅର୍ଜୁନ ସିଂହ କହିଛନ୍ତି ଯେ ପ୍ରଶାସନ ପୂର୍ବରୁ ସାର୍ବଜନୀନ ଶୃଙ୍ଖଳା,ବେଆଇନ କାର୍ଯ୍ୟକଳାପ ଏବଂ ରାସ୍ତାରେ ଧାର୍ମିକ ସମାବେଶ ସମେତ ଅନେକ ବିଷୟରେ କଠୋର ନିର୍ଦ୍ଦେଶନାମା ଜାରି କରିସାରିଛି।

ସେ କହିଛନ୍ତି “କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଅନେକ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାରେ ନମାଜ ପାଠ କରିବାକୁ ଅନୁମତି ଦିଆଯିବ ନାହିଁ। ସେମାନେ ମସଜିଦରେ ନମାଜ ପାଠ କରନ୍ତୁ, କିନ୍ତୁ ରାସ୍ତାରେ, ଏହାକୁ ବରଦାସ୍ତ କରାଯିବ ନାହିଁକୋଲକାତାର ରେଡ୍ରୋଡ ଅଞ୍ଚଳରେ ସାର୍ବଜନୀନ ପ୍ରାର୍ଥନା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ସିଂହ କହିଛନ୍ତି ଯେ ଏପରି ସମାବେଶକୁ ଆଉ ଅନୁମତି ଦିଆଯିବ ନାହିଁ। ଏହା କୋର୍ଟଙ୍କ ଅର୍ଡର ବୋଲି ସେ କହିଛନ୍ତି।

ରାସ୍ତାରେ ନମାଜ ପଢ଼ିବାକୁ ନେଇ ବିବାଦ

ପ୍ରତିରକ୍ଷା ମନ୍ତ୍ରଣାଳୟର ମାଲିକାନାରେ ଥିବା ରେଡ ରୋଡରେ ଇଦ୍ ନମାଜ୍ ଗତ ବର୍ଷ ବିବାଦର ବିଷୟ ପାଲଟିଥିଲା। କାରଣ ସେନା ଟ୍ରେନିଂ କାର୍ଯ୍ୟ ହେବାକୁ ଥିବା ବେଳେ ଏଠାରେ ନମାଜ ପଢ଼ିବାକୁ ଅନୁମତି ଦେଇ ନଥିଲା। ପ୍ରଥମେ ଏହି ସ୍ଥାନ ସେନା ବ୍ୟବହାର ପାଇଁ ଉଦ୍ଦିଷ୍ଟ ବୋଲି କହି ଅନୁମତି ଦେବାକୁ ମନା କରିଦେଇଥିଲା।ଏହାପରେ ବିବାଦ ଉପୁଜିଥିଲା।

Also Read- ଇନ୍ଧନ କଟକଣା କାହା ପାଇଁ ? ୫୦ ଟି କାର ଧରି ଶୋଭାଯାତ୍ରାରେ ଦାୟିତ୍ୱଗ୍ରହଣ ପାଇଁ ଗଲେ ମଧ୍ୟପ୍ରଦେଶ ରାଜନେତା

ତେବେ ଏନେଇ ଚାପା ଉତ୍ତେଜନା ଦେଖା ଦେବାରକିଛି ଦିନ ପରେସେନା ନିଜ ଟ୍ରେନିଂ ସୂଚୀରେ ପରିବର୍ତ୍ତନ କରିଥିଲା। ନେତାଜୀ ପ୍ରତିମୂର୍ତ୍ତିରୁ ପୂର୍ବ କମାଣ୍ଡ ମୁଖ୍ୟାଳୟ, ଫୋର୍ଟ ୱିଲିୟମର ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ବିସ୍ତୃତ ରାସ୍ତାରେ ଈଦ୍ ଅଲ-ଆଧା ନମାଜ ପାଠ କରିବା ପାଇଁ ସେନା ତାର ତାଲିମ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲା।

ଗୋ ଚାଲାଣ ଉପରେ କଟକଣା

ପୂର୍ବରୁ ପଶ୍ଚିମବଙ୍ଗ ବିଜେପି ସରକାର ଗୋରୁ ଚୋରାଚାଲାଣ ଏବଂ ପଥର ଫିଙ୍ଗା ଘଟଣା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା କହିଥିଲା। ଏହି ଦୁଇଟି ପ୍ରସଙ୍ଗ ବିଜେପି ନିର୍ବାଚନ ପ୍ରଚାର ସମୟରେ ବାରମ୍ବାର ଉଠାଇଥିଲା। ନୂଆ ଶାସନରେ ଗୋରୁ ଚୋରାଚାଲାଣ ଜାରି ରହିବ କି ବୋଲି ଇଣ୍ଡିଆଟୁଡେ ପ୍ରଶ୍ନ କରିବାରୁ ଶ୍ରୀ ସିଂହ କହିଛନ୍ତି"ଗୋରୁ ଚୋରାଚାଲାଣ କରୁଥିବା ଚୋରାଚାଲାଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପଥର ଫିଙ୍ଗାଳିଙ୍କୁ ଅନୁମତି ଦିଆଯିବ ନାହିଁ"।

ଗୋରୁ ଚୋରା ଚାଲାଣ ଦୀର୍ଘଦିନ ଧରି ବିଜେପି ନିର୍ବାଚନର ପ୍ରସଙ୍ଗହୋଇ ଆସିଛି।ତେଣୁପଶ୍ଚିମବଙ୍ଗ ପ୍ରଶାସନକିଛି ଦିନ ତଳେ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିସାରିଛି।ସୋମବାର, ସମସ୍ତ ଅନଧିକୃତ ଗୋରୁ ବଜାରକୁ ତୁରନ୍ତ ପ୍ରଭାବରୁ ବନ୍ଦ କରିବାକୁ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ସୀମାନ୍ତ ଜିଲ୍ଲା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ମଧ୍ୟ ଚୋରା ଚାଲାଣ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ପାଇଁ ଅଧିକ ନଜର ରଖିବାକୁ ଶୁଭେନ୍ଦୁ ସରକାର ନିର୍ଦ୍ଦେଶ ଦେଇଛନ୍ତି

Also Read- NEET-UG cancelled: ପରୀକ୍ଷା ବାତିଲ ନେଇ ଅସନ୍ତୋଷ ଝାଡିଲେ ସୁପର-୩୦ ପ୍ରତିଷ୍ଠାତା ଆନନ୍ଦକୁମାର, କହିଲେ ଚୀନ ଭଳି କଡା ହେଉ ନିୟମ