କଟକ ୧୯।୧୧: ଓଡ଼ିଶା ମୁହାଁ ବାତ୍ୟା ‘ଅକଭାନ୍’ । ତେବେ ଏହି ‘ଅକଭାନ୍’ ଅଧିକ ଭୟ ସୃଷ୍ଟି କରିଛି ବାଲିଯାତ୍ରା ପଡ଼ିଆରେ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ଉପରେ । ଯେଉଁ ଜୋର୍ରେ ବାଲିଯାତ୍ରାର ବାହାର ପ୍ରସ୍ତୁତି ଚାଲିଥିଲା ଏହାର ଗତି ଉପରେ ବ୍ରେକ୍ ଲାଗିଛି । ବାଲିଯାତ୍ରାକୁ ନେଇ ଉତ୍ସାହିତ ଥିବା ଦୋଳି ବ୍ୟବସାୟୀ ମାନେ ଓ ବିଭିନ୍ନ ବଡ଼ ସେଡ୍ କରିଥିବା ବ୍ୟବସାୟୀ ମାନେ ଚିନ୍ତାରେ ପଡ଼ିଛନ୍ତି । ବର୍ତ୍ତମାନ ସମୟରେ ବାଲିଯାତ୍ରାରେ ୨୦ରୁ ଉର୍ଦ୍ଧ୍ବ ଦୋଳି ଲାଗି ସାରିଥିବା ବେଳେ ଆଉ ୨୦ରୁ ୩୦ ଦୋଳି ଲାଗିବ । ବାତ୍ୟାରେ ଯଦିଓ ରାମ ଦୋଳି କିଛି ଅସୁବିଧା ହେବନି କିନ୍ତୁ ଏହାର ବଗି ଗୁଡ଼ିକ କ୍ଷତିଗ୍ରସ୍ତ ହୋଇପାରେ ତେଣୁ ସବୁ ବଗି ଗୁଡ଼ିକ ସ୍ଥିତିକୁ ଦେଖି ବାହାର କରାଯିବ ।

ସେହିଭଳି ଟାଇଟେନିକ ଢାଞ୍ଚା ଓ ଏହାର ସେଡ୍ ଏହାସହ ବଡ଼ ବଡ଼ ସେଡ୍ ଗୁଡ଼ିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ଯଦି ଏହା କ୍ଷତିଗ୍ରସ୍ତ ହୁଏ ତେବେ ଏହାକୁ ସଜାଡ଼ିବା ପାଇଁ ଗୋଟିଏ ଦୁଇଦିନ ସମୟ ଲାଗିବ ବୋଲି ବୋଲି କହିଛନ୍ତି ଦୋଳି ମୀନା ବଜାର ବ୍ୟବସାୟୀ ମହା ସଂଘର ସମ୍ପାଦକ । ବାତ୍ୟାରେ ବ୍ୟବସାୟୀ ମାନଙ୍କ ଦୋକାନ ଗୁଡ଼ିକ ଯଦି କ୍ଷତିଗ୍ରସ୍ତ ହେବ ତେବେ ଏହାକୁ ସଜାଡ଼ିବା ପାଇଁ ବ୍ୟବସାୟୀ ମାନଙ୍କୁ ଦୁଇରୁ ତିନି ଦିନ ସମୟ ଲାଗିବ । ଏଥିପାଇଁ ବାଲିଯାତ୍ରାର ସମୟ ବୃଦ୍ଧି ପାଇଁ ଅନୁରୋଧ କରିଛନ୍ତି ବାଲିଯାତ୍ରା ବ୍ୟବସାୟୀ ସଂଘ ।

Also Read:- ରାୟଗଡ଼ାରୁ ଗଞ୍ଜାମ ଯାଏଁ ଭୂସ୍ଖଳନ ଭୟ, ସରକାରଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି

ବାଲିଯାତ୍ରାର ବ୍ୟବସାୟୀଙ୍କୁ ବାତ୍ୟ ପାଇଁ ଯଦିଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନାହିଁ କିନ୍ତୁ ପ୍ରସ୍ତୁତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା କଥା ମାନିଛି ଜିଲ୍ଲା ପ୍ରଶାସନ । ବର୍ତ୍ତମାନ ପାଗ ପ୍ରତିକୂଳ ଥିବାରୁ ବାହାର କାର୍ଯ୍ୟ ବନ୍ଦ ଥିବା ବେଳେ ଭିତର କାମ ଚାଲିଥିବା ସହ ଆଗାମୀ ଦୁଇଦିନ ପରେ ପାଗ ଠିକ୍ ହେଲେ ପୁନର୍ବାର ପ୍ରସ୍ତୁତି କାର୍ଯ୍ୟ ଜୋର୍ ଧରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଇପ୍ସିତା ପ୍ରିୟଦର୍ଶିନୀ ।