ଛତ୍ରପୁର: ସରକାରୀ ସ୍କୁଲରେ ପଢିବେ କୁନି ପିଲା । ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ନୂତନ ଶିକ୍ଷାନୀତି ଗତ ଶିକ୍ଷାବର୍ଷ ଠାରୁ ଶିଶୁ ବାଟିକା ଆରମ୍ଭ କରିଛନ୍ତି । ଶିଶୁ ଵାଟିକା ରେ କୁନି କୁନି ପିଲାମାନେ ସରକାରୀ ବିଦ୍ୟାଳୟ ନାମ ଲେଖେଇ ବାକୁ ସ୍ୱତନ୍ତ୍ର ନିମନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆସିଛି ।

ଶିଶୁ ବାଟିକାରେ ନାମଲେଖା:

ଏହି ଅବସରରେ ଶିଶୁ ବାଟିକାରେ ନାମ ଲେଖାଇବାକୁ ଛତ୍ରପୁର ଶିକ୍ଷା ବିଭାଗ ପକ୍ଷରୁ କୁନି କୁନି ପିଲାଙ୍କ ଘରକୁ ଯାଇ ବିଦ୍ୟାଳୟରେ ଶିଶୁ ବାଟିକାରେ ନାମ ଲେଖାଇବାକୁ ନିମନ୍ତ୍ରଣ ପତ୍ର ପରିବାର ବର୍ଗଙ୍କୁ ପ୍ରଦାନ କରିଥିଲେ ଛତ୍ରପୁର ବିଇଓ ସୁଜିତ କୁମାର ପାଢ଼ୀ । ସରକାରୀ ବିଦ୍ୟାଳୟରେ ନାମ ଲେଖାଇଵାକୁ ବିଇଓ ପରିବାର ବର୍ଗଙ୍କୁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ସହ ପରିବାର ସହ ଆଲୋଚନା କରିଥିଲେ । ଆସନ୍ତା ୨ ରୁ ୫ ତାରିଖ ପ୍ରଯ୍ୟନ୍ତ ତିନି ଦିନ ସରକାରୀ ବିଦ୍ୟାଳୟ ରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଶିଶୁ ବାଟିକାରେ ପିଲାଙ୍କୁ କିଭଳି ଭାବରେ ଗୁଣାତ୍ମକ ପାଠ ପଢାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ବିଇଓ ।

କୁନି ପିଲାଙ୍କୁ ନିମନ୍ତ୍ରଣ: 

ଯେଉଁମାନଙ୍କ ବୟସ ସେପ୍ଟେମ୍ବର ୧ ସୁଦ୍ଧା ୫ ବର୍ଷରୁ ଉର୍ଦ୍ଧ ସେମାନେ ଶିଶୁ ଵାଟିକା ଓ ୬ ବର୍ଷରୁ ଉର୍ଦ୍ଧ ପ୍ରଥମ ଶ୍ରେଣୀ ରେ ନାମ ଲେଖାଇବେ । ଏହି ନିମନ୍ତ୍ରଣ ପତ୍ର ପ୍ରଦାନ ବେଳେ ଏବିଇଓ ନମିତା ରାଉତ, ବିଆରସିସି ସଞ୍ଜୁକ୍ତା ରଥ, ସିଆରସିସି ଆଲୋକ କୁମାର ସେଠୀ, ସୁଶାନ୍ତ କୁମାର ସେଠୀ, ପ୍ରଧାନ ଶିକ୍ଷୟତ୍ରୀ କୁସମାପ୍ରଭା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।