ସୋର : ବଢ଼ି ଚାଲିଛି ଚୋରଙ୍କ ଦୌରାତ୍ମ୍ୟ । ସୁଯୋଗ ମିଳିବା ମାତ୍ରେ ସବୁ କିଛି ଲୁଟି ନେଉଛନ୍ତି। ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମରେ। ମହିଳାଙ୍କୁ ଆକ୍ରମଣ କରି ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା। ରାତିରେ ଶୋଇବା ସମୟରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ସୁଙ୍ଗୁଡ଼ା ଗ୍ରାମର ରତ୍ନମଣି ନାୟକ ଏବଂ ତୁଳସୀ ନାୟକ ଉଭୟ ନିଜ ନିଜ ରୁମରେ ରାତିରେ ଶୋଇଥିଲେ। ଏହି ସମୟରେ ଗ୍ରୀଲ ଖୋଲି ଦୁର୍ବୁତ୍ତମାନେ ଘର ଭିତରେ ପଶିଥିଲେ।  କିନ୍ତୁ ଦୁର୍ବୃତ୍ତମାନେ ରତ୍ନମଣି ନାୟକଙ୍କ ଶୋଇବା ଘରେ ପଶିଥିଲେ। ସେଠାରେ ତାଙ୍କୁ ମାଡ଼ ମାରି ୫୦ହଜାର ଟଙ୍କା ଏବଂ ସୁନା ଲକେଟ ନେଇ ଫେରାର ମାରିଥିଲେ। ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ରତ୍ନମଣିଙ୍କୁ ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି ।

Also Read- ଖୁବ୍ ଶୀଘ୍ର ପୋଲିସ ଏସଆଇ ପରୀକ୍ଷା : ଆସନ୍ତା ସପ୍ତାହରେ ଆସିବ ବିଜ୍ଞପ୍ତି, ଶୀତ ଦିନେ ଫିଜିକାଲ୍ ଟେଷ୍ଟ୍

କେବଳ ରତ୍ନମଣି ନାୟକ ନୁହନ୍ତି ସେହି ଗ୍ରାମର ଅନ୍ୟ ଜଣଙ୍କ ଘରେ ଲୁଟ୍ ଉଦ୍ୟମ କରି ଦୁର୍ବୃତ୍ତମାନେ ଖସି ପଳାଇ ଯାଇଥିବା ସୂଚନା ମିଳିଛି। ଯଦି ଦୁର୍ବୃତ୍ତଙ୍କୁ ନ ଧରା ଯାଏ , ତାହେଲେ ଏମିତି ଘଟଣା ବାରମ୍ବାର ଘଟିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି।