ଯାଜପୁର ୦୯।୦୮ : ଡ଼ରାଇଲାଣି ବୈତରଣୀ । କିଛି ଦିନ ତଳେ ବୈତରଣୀରେ ବନ୍ୟା ପାଣି କମିଥିବା ବେଳେ ଏବେ ପୁଣି ଜଳସ୍ତର ବଢିବାରେ ଲାଗିଛି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟା ଜଳ ।

ଫୁଲୁଛି ବୈତରଣୀ । ସତର୍କ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଯାଜପୁରର ତଳିଆ ଅଞ୍ଚଳର ଗାଁରେ ପଶିଛି ପାଣି । ସତର୍କ ସଙ୍କେତ ୧୭.୮୩ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮.୦୫ ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଛି । ଯାଜପୁର ଦଶରଥପୁର ବୈତରଣୀ ଶାଖା ନଦୀ କାଣୀରେ ପାଟଣା ଠାରେ ହୋଇଥିବା ଦୁଇ ଘାଇର ମରାମତି ଚାଲିଥିବା ବେଳେ ଗୋଟିଏ ଘାଇ ବୁଡି ପାଣି ଚାଲିଛି । ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ଧ ମରାମତି ବେଳେ ପୁଣି ପାଣି ଆସିବାରୁ ନିର୍ମାଣ ଧୀନ ଘାଇରେ ବ୍ୟବହୃତ ବାଲି ବସ୍ତାକୁ ଧସେଇ ପାଣି ନଦୀ ପାଣି ଚାଷ ଜମି ପଶିବା ସହ ଗାଁ ରେ ପଶିଛି ବନ୍ୟା ଜଳ। ଏହାର ପ୍ରଭାବରେ ପୁଣି ତରପଦା ଓ କସପା ପଞ୍ଚାୟତ ବନ୍ୟା ପ୍ରଭାବିତ ହେବ ବୋଲି ଜଣାପଡିଛି । ବନ୍ୟା ଛାଡ଼ିବା ପରେ ଠିକ୍ ଭାବେ ଅଣ୍ଟା ସଳଖି ଛିଡା ହୋଇନଥିବା ବେଳେ ଲଗାଣ ବର୍ଷାରେ ନଦୀ ଫୁଲିବାରୁ ଚିନ୍ତାରେ ନଦୀ କୂଳିଆ ଲୋକେ ।

Watch Video:-