ଭୁବନେଶ୍ୱର: ବ୍ରିଜ୍ ଉପରେ ଥିଲେ, ହଠାତ୍ ଖସି ପଡ଼ି ରାତି ଅଧରେ ଯୁବକ ନିଖୋଜ । ବାଲିଅନ୍ତା ଥାନା ଅଧୀନ ପ୍ରତାପ ଶାସନ ସ୍ଥିତ ପୁରୀ କେନାଲ ବ୍ରିଜ୍ ନିକଟରେ ଘଟିଛି ଏମିତି ଘଟଣା। ଶନିବାର ବିଳମ୍ବିତ ରାତ୍ରିରେ ଜଣେ ଯୁବକ ଖସି ପଡ଼ି ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ହେଲେ ବାଳକାଟି ଫାଣ୍ଡି ଅଧୀନ ନାଗପୁର ଗ୍ରାମର ସୁନାକର କାଣ୍ଡି l ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ କେନାଲରେ ଖୋଜାଖୋଜି କରିଥିଲେ l କେମିତି ଘଟିଲା ଏହି ଅଘଟଣ ? ଯୁବକ ଜଣକ ଦୁର୍ଘଟଣାବଶତଃ ଖସିପଡ଼ିଲେ ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ?

ସୂଚନା ଅନୁସlରେ ସୁନାକାର ପ୍ରତିଦିନ ବ୍ରିଜ କଲଭର୍ଟ ଉପରେ ସାଙ୍ଗମାନଙ୍କ ସହ ବସାଉଠା କରନ୍ତି l ତେବେ ସେ କିପରି କେନାଲ ବ୍ରିଜ ଉପରୁ ଖସିପଡି ପାଣିରେ ଭାସିଗଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ l ବ୍ରିଜର ଗୋଟିଏ ପାର୍ଶ୍ଵ ବାଡାରେ ଶୋଇଥିବା ବେଳେ ଭାରସାମ୍ୟ ହରାଇ ଖସିପଡି ପାଣି ସ୍ରୋତରେ ଭାସି ଯାଇଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି l ବ୍ରିଜ ଉପରେ ସୁନାକରଙ୍କ ଗାମୁଛା ଏବଂ ଚପଲ ପଡ଼ି ରହିଛି l ହେଲେ ପ୍ରକୃତ ସତ ଏପର୍ଯ୍ୟନ୍ତ କିଛି ଜଣା ପଡ଼ିନି। ତଦନ୍ତ ପରେ ହିଁ ପୂରା ଘଟଣା ଆସିବ ସାମ୍ନାକୁ ।

 Also Read- ଦୀପାବଳିରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ, ବଡ଼ବଡ଼ୁଆ ଡାକ ପାଇଁ ସିଂହଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା