ମୁମ୍ଵାଇ ୧୯।୦୩; ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ। ତାଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୪୪ ବର୍ଷରେ ଅନୁଷ୍କା ସାତଫେରା ନେବାକୁ ପ୍ରସ୍ତୁତ। ହେଲେ ଅନୁଷ୍କା କେବେ ଏବଂ କାହାକୁ ବିବାହ କରିବେ ? ସେ ନେଇ ତାଙ୍କ ପ୍ରଶଂସକମାନେ ଦୀର୍ଘ ଦିନରୁ ଅପେକ୍ଷା କରି ରହିଛନ୍ତି। ଏବେ ସାମ୍ନାକୁ ଆସୁଥିବା ନୂଆ ରିପୋର୍ଟ ଅନୁଯାୟୀ, ଅନୁଷ୍କା ଖୁବ୍ ଶୀଘ୍ର ଜଣେ ବ୍ୟବସାୟୀଙ୍କ ହାତ ଧରିପାରନ୍ତି।

ରିପୋର୍ଟ ଅନୁଯାୟୀ, ଅନୁଷ୍କା ଯେଉଁ ବ୍ୟକ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି, ସେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ନୁହନ୍ତି। ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ପରିବାରରୁ ଆସିଛନ୍ତି। କୁହାଯାଉଛି ଯେ, ଉକ୍ତ ବ୍ୟକ୍ତିଙ୍କର ଅନୁଷ୍କାଙ୍କ ପରିବାର ସହ ଭଲ ସମ୍ପର୍କ ରହିଛି ଏବଂ ଉଭୟଙ୍କ ମଧ୍ୟରେ ଭଲ ବଣ୍ଡିଂ ମଧ୍ୟ ଅଛି। ତେବେ ଏହି ଖବରକୁ ନେଇ ଅନୁଷ୍କା କିମ୍ବା ତାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରାଯାଇ ନାହିଁ। ଏହା ବ୍ୟତୀତ ଆଉ କୌଣସି ଅପଡେଟ୍ ସାମ୍ନାକୁ ଆସିନାହିଁ। ଗୋଟିଏ କଥା ନିଶ୍ଚିତ ତାଙ୍କ ବିବାହ ଖବର ଅନେକ ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଛି । କାରଣ ପ୍ରଶଂସକମାନେ ବହୁତ ଦିନ ଧରି କଳ୍ପନା କରିଥିଲେ ଯେ ସେମାନଙ୍କର ପ୍ରିୟ 'ଦେବସେନା' 'ବାହୁବଳୀ' ସହିତ ବିବାହ କରିବେ।

ଏହା ପ୍ରଥମ ଥର ନୁହେଁ ଯେ ତାଙ୍କ ବିବାହକୁ ନେଇ ଗୁଜବ ପ୍ରକାଶ ପାଇଛି। ପୂର୍ବରୁ, ତାଙ୍କ ବିବାହ ଏବଂ ପ୍ରେମ ଜୀବନକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। 'ବାହୁବଳୀ' ପରେ, ଅଭିନେତ୍ରୀଙ୍କ ନାମ ତାଙ୍କ ସହ-କଳାକାର ପ୍ରଭାସଙ୍କ ସହ ଯୋଡା ଯାଇଥିଲା। ଏପରି ମଧ୍ୟ କଥା ହେଉଥିଲା ଯେ ଏହି ଯୋଡ଼ି ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିପାରନ୍ତି। ହେଲେ ପ୍ରଭାସ ଏବଂ ଅନୁଷ୍କା ଉଭୟ ପରେ ଏହି ରିପୋର୍ଟଗୁଡ଼ିକୁ ଖଣ୍ଡନ କରିଥିଲେ, ସ୍ପଷ୍ଟ କରିଥିଲେ ଯେ ସେମାନେ କେବଳ ଭଲ ବନ୍ଧୁ।

Also Read- Sarke Chunar controversy: ‘ସର୍‌କେ ଚୁନ୍‌ର’ ଗୀତ ହୋଇସାରିଛି ବ୍ୟାନ୍‌, ସଂସଦରେ ସ୍ପଷ୍ଟ କଲେ ଅଶ୍ବିନୀ ବୈଷ୍ଣବ