ପୁରୀ ୦୭।୦୨ : ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ବଡ଼ ମହାସ୍ନାନ । ଶ୍ରୀମନ୍ଦିରରେ ଖଙ୍କାର ପଡିଥିବାର ଦେଖିଲା ପରେ ତୁରନ୍ତ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି । ଯେଉଁଥିଲାଗି କିଛି ସମୟ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ପରେ ନୀତି ସଂପନ୍ନ ହେବା ପରେ ଦର୍ଶନ ସ୍ୱାଭାବିକ ହୋଇଛି ।

ଏ ଖବର ବି ପଢନ୍ତୁ:-  ବିସିପିପିଇଆର ହେବ ଓଡ଼ିଶା ଭିଜନ ୨୦୪୭ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ, ରାଜ୍ୟ ଜିଡିପିକୁ ଅବଦାନ ୧୫ ଗୁଣା ବୃଦ୍ଧି ଲକ୍ଷ୍ୟ

ଖବର ଅନୁଯାୟୀ, ମହାପ୍ରଭୁଙ୍କ ସକାଳ ଧୂପ ପରେ ଶ୍ରୀମନ୍ଦିର ଭିତର କାଠ ନିକଟରେ ଖଙ୍କାର ପଡିଥିବାର ଦେଖିଥିଲେ ସେବାୟତ । ସେବାୟତମାନେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ । ଏହାପରେ ତୁରନ୍ତ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ଯେଉଁଥି ପାଇଁ କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଠାକୁରଙ୍କ ବଡ଼ ମହାସ୍ନାନ ନୀତି ସରିବା ପରେ ଅନ୍ୟାନ୍ୟ ନୀତି କାନ୍ତି ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏ ଖବର ବି ପଢନ୍ତୁ:- Jatra Controversy : ଆଜି ହୋଇପାରିବ ତ ଶେଷ ଦେଖା ? କମିଟି ପକ୍ଷରୁ ନାଣ୍ଡୁ ବାବୁ, ସାଇ ଏବଂ ପାୟଲ ନାଁରେ ଏତଲା