ଭୁବନେଶ୍ୱର : ୨୦୨୬କୁ ନେଇ ପୁଣି ଚର୍ଚ୍ଚାରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ। ଭୂମିକମ୍ପ, ବନ୍ୟା-ବାତ୍ୟା, ପ୍ରଳୟ ସହ ମହାଯୁଦ୍ଧ ଦେଖିବ ବିଶ୍ୱ । ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପୂରା ବିଶ୍ୱକୁ କରିଛି ଭୟଭୀତ । ୨୦୨୬ ବର୍ଷ ଶେଷ ହେବାକୁ ଆଉ ମାତ୍ର ୫ ମାସ ବାକି ଥିବା ବେଳେ, ବାବା ଭେଙ୍ଗାଙ୍କ ୨୦୨୬ ବର୍ଷର ଭବିଷ୍ୟବାଣୀ ପୁଣିଥରେ ସାମ୍ନାକୁ ଆସିଛି। ବୁଲଗେରିଆନ୍ ଭଵିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୬ ପାଇଁ କରାଯାଇଥିବା ତାଙ୍କର ଦୁଇଟି ବଡ଼ ପୂର୍ବାନୁମାନ ଇତିମଧ୍ୟରେ ସତ ହୋଇସାରିଛି। ତେବେ ଆହୁରି ତିନୋଟି ଭୟଙ୍କର ଭବିଷ୍ୟବାଣୀ ଏବେ ବି ସତ ହେବାକୁ ବାକି ରହିଛି ବୋଲି ଦାବି କରାଯାଉଛି। ସୋସିଆଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ରିପୋର୍ଟରେ ଦାବି କରାଯାଉଛି ବାବା ଭେଙ୍ଗା ୨୦୨୬ ପାଇଁ ଅନେକ ଭୟଙ୍କର ଘଟଣାର ପୂର୍ବାନୁମାନ କରିଥିଲେ।

ବାବା ଭେଙ୍ଗା ଥିଲେ ବୁଲଗେରିଆର ଜଣେ ପ୍ରସିଦ୍ଧ ଭଵିଷ୍ୟଵକ୍ତା । ୧୯୯୬ରେ ତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ, ପ୍ରତିବର୍ଷ ତାଙ୍କ ନାମରେ ନୂଆ ନୂଆ ଭବିଷ୍ୟବାଣୀ ସାମ୍ନାକୁ ଆସୁଛି। ବାବା ଭେଙ୍ଗାଙ୍କ ଭାଇରାଲ ହେଉଥିବା ଦାବି ଅନୁସାରେ, ବିଶ୍ୱରେ ବଡ଼ ଭୂ-ରାଜନୈତିକ ସଂଘର୍ଷ, ଆର୍ଥିକ ଅସ୍ଥିରତା, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଏଲିଏନ୍ ସମ୍ପର୍କ ଭଳି ଘଟଣା ଘଟିପାରେ। ବାବା ଭେଙ୍ଗାଙ୍କ ଅନୁଗାମୀମାନେ ଏହି ଦାବିକୁ ମାର୍ଚ୍ଚ ମାସରେ ମ୍ୟାଁମାରରେ ଘଟିଥିବା ୭.୭ ତୀବ୍ରତାର ଭୂମିକମ୍ପ ସହ ଯୋଡ଼ିଛନ୍ତି। ଏହି ଭୂମିକମ୍ପରେ ବ୍ୟାପକ ଧ୍ୱଂସ ହେବା ସହ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି, ଏସିଆର ବିଭିନ୍ନ ଅଞ୍ଚଳରେ ଆସିଥିବା ବନ୍ୟା ଏବଂ ଆମେରିକାରେ ଦେଖାଦେଇଥିବା ଭୟଙ୍କର ଝଡ଼କୁ ମଧ୍ୟ ବାବା ଭେଙ୍ଗାଙ୍କ ଏହି କଥିତ ଭବିଷ୍ୟବାଣୀର ଉଦାହରଣ ଭାବେ ତାଙ୍କ ଅନୁଗାମୀମାନେ ଦର୍ଶାଉଛନ୍ତି।

ଚଳିତ ବର୍ଷ ମାନବଜାତି ପ୍ରଥମଥର ପାଇଁ ଏଲିଏନ୍ କିମ୍ବା ଅନ୍ୟ ଗ୍ରହର ଜୀବ ସହ ସମ୍ପର୍କରେ ଆସିପାରେ ବୋଲି ମଧ୍ୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଭାଇରାଲ ହେଉଛି। କିଛି ଏହାକୁ ମହାକାଶରେ ଦେଖାଯାଇଥିବା ଅଜଣା ବସ୍ତୁ ସହ ମଧ୍ୟ ଯୋଡୁଛନ୍ତି । ଏଥିସହ ବିଶ୍ୱ ଅର୍ଥନୀତିରେ ଆଗକୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆର୍ଥିକ ଅସ୍ଥିରତା ଦେଖିବାକୁ ମିଳିପାରେ । ସେଭଳି ଭବିଷ୍ୟତରେ ମଣିଷ ସାମ୍ନା କରିପାରେ ଏକ ନୂଆ ମହାମାରୀ କିମ୍ବା ବଡ଼ ସ୍ୱାସ୍ଥ୍ୟ ସଙ୍କଟ ଏଭଳି କିଛି ଦାବି ମଧ୍ୟ ଇଣ୍ଟରନେଟରେ ଚର୍ଚ୍ଚା ହେଉଛି । ବାକି ଦାବିଗୁଡ଼ିକ ମଧ୍ୟରୁ ସବୁଠାରୁ ଅସାଧାରଣ ଦାବିଟି ହେଉଛି ଅନ୍ୟ ଗ୍ରହର ଜୀବନକୁ ନେଇ। ବାବା ଭେଙ୍ଗାଙ୍କ କଥିତ ଭବିଷ୍ୟବାଣୀର ବିଭିନ୍ନ ବ୍ୟାଖ୍ୟା ଅନୁସାରେ, ଏକ ‘ବିଶାଳ ମହାକାଶଯାନ’ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ମାନବଜାତି ଏଲିଏନଙ୍କ ସହ ସାକ୍ଷାତ କରିପାରେ। ଅନୁଗାମୀମାନେ କହୁଛନ୍ତି ଯେ, ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ ବଡ଼ ପରିମାଣରେ ମେସିନ୍ ମଣିଷଙ୍କ ସ୍ଥାନ ନେବା ଆରମ୍ଭ କରିବ। ତେବେ କୃତ୍ରିମ ବୁଦ୍ଧିମତ୍ତାର ବିକାଶ ଦଶନ୍ଧି ଧରି ଚାଲିଆସୁଛି। ଏହାଛଡ଼ା ବାବା ଭାଙ୍ଗା କେବେ ଏହି ଭବିଷ୍ୟବାଣୀ କରିଥିଲେ କିମ୍ବା ସେ ପ୍ରକୃତରେ କ’ଣ କହିଥିଲେ, ତାହା ପ୍ରମାଣ କରିବା ପାଇଁ ମଧ୍ୟ କୌଣସି ବିଶ୍ୱସନୀୟ ରେକର୍ଡ ନାହିଁ। ସମସ୍ୟା ହେଉଛି, ଏହି ଭବିଷ୍ୟବାଣୀରେ ବିପର୍ଯ୍ୟୟଗୁଡ଼ିକ କେବେ କିମ୍ବା କେଉଁଠାରେ ଘଟିବ, ସେନେଇ କୌଣସି ସ୍ପଷ୍ଟ ବିବରଣୀ ନଥିବା ଜଣାପଡ଼ିଛି।

କିନ୍ତୁ ଏଠି ବଡ଼ ପ୍ରଶ୍ନ ଉଠୁଛି ଯେ କ'ଣ ଏସବୁ କଥା ପ୍ରକୃତରେ ବାବା ଭେଙ୍ଗା କହିଥିଲେ କି? ଅନୁସନ୍ଧାନକାରୀ ଏବଂ ବିଶ୍ଳେଷକଙ୍କ ମତରେ, ଏହି ଭବିଷ୍ୟବାଣୀଗୁଡ଼ିକର ଅଧିକାଂଶ ବାବା ଭେଙ୍ଗାଙ୍କ ହାତଲେଖା କୌଣସି ପ୍ରମାଣିତ ରେକର୍ଡ ନାହିଁ। ତାଙ୍କ ମୃତ୍ୟୁ ପରେ ବିଭିନ୍ନ ମୌଖିକ ଦାବି ଏବଂ ବ୍ୟାଖ୍ୟାରୁ ଏହି କାହାଣୀଗୁଡ଼ିକ ଲୋକପ୍ରିୟ ହୋଇଥିବା କୁହାଯାଏ। ତେଣୁ ବାବା ଭେଙ୍ଗାଙ୍କ ୨୦୨୬ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ଯେତେ ରୋଚକ ହେଉନା କାହିଁକି, ଏହାକୁ ପ୍ରମାଣିତ ଭବିଷ୍ୟବାଣୀ ଭାବେ ଗ୍ରହଣ କରିବା ପୂର୍ବରୁ ତଥ୍ୟ ଯାଞ୍ଚ କରାଯାଉଛି ।ବାସ୍ତବରେ ଆଗାମୀ ଦିନରେ କଣ ଘଟିବ, ତାହା ତ ସମୟ ହିଁ କହିବ।