ନୂଆଦିଲ୍ଲୀ-;କନ୍ନଡ଼ ଅଭିନେତା ସତୀଶ ନିନାସମ ଓ ଅଭିନେତ୍ରୀ ରଚିତା ରାମଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅଯୋଗ୍ୟ ୨’ ଥିଏଟରରେ ୫୦ ଦିନ ପୂରା କରିଛି। ମହେଶ କୁମାରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଚଳଚ୍ଚିତ୍ରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି।

ବର୍ତ୍ତମାନ ସମୟରେ ଅଧିକାଂଶ ଚଳଚ୍ଚିତ୍ର ଥିଏଟରରେ ଅଳ୍ପ ଦିନ ଚାଲୁଥିବା ବେଳେ ‘ଅଯୋଗ୍ୟ ୨’ ୫୦ ଦିନ ପୂରା କରିବା ଫିଲ୍ମର ପୂରା ଟିମ୍ ପାଇଁ ବଡ଼ ଖୁସିର ଖବର ହୋଇଛି। ରାଜ୍ୟର ପ୍ରାୟ ୨୫ଟି ପରଦାରେ ଏହି ଚଳଚ୍ଚିତ୍ର ଏବେ ମଧ୍ୟ ଚାଲୁଥିବା କୁହାଯାଇଛି।

ଏହି ସଫଳତାକୁ ପାଳନ କରିବା ପାଇଁ ସତୀଶ ନିନାସମ, ନିର୍ଦ୍ଦେଶକ ମହେଶ କୁମାର ଓ ଫିଲ୍ମର ଅନ୍ୟ ସଦସ୍ୟମାନେ ମହୀଶୂରର ଲିଡୋ ଥିଏଟରରେ ପହଞ୍ଚିଥିଲେ। ସେଠାରେ ପ୍ରଶଂସକଙ୍କ ସହ କେକ୍ କାଟି ୫୦ ଦିନର ସଫଳତା ପାଳନ କରିଥିଲେ।

also read- Swara Bhasker : ବିବାହ ପୂର୍ବରୁ ମା‘ ହେବାକୁ ଚାହୁଁଥିଲେ ସ୍ୱରା, ଦୁଇ ଥର କରାଇଥିଲେ IVF

ଏହି ଅବସରରେ ସତୀଶ ନିନାସମ କହିଥିଲେ, ଆଜିକାଲି ଗୋଟିଏ ଚଳଚ୍ଚିତ୍ର ଥିଏଟରରେ ଏକ କିମ୍ବା ଦୁଇ ସପ୍ତାହ ଚାଲିବା ମଧ୍ୟ କଷ୍ଟକର। ଏଭଳି ସମୟରେ ‘ଅଯୋଗ୍ୟ ୨’ ୫୦ ଦିନ ପୂରା କରିଥିବାରୁ ସେ ବେଶ୍ ଖୁସି ଥିବା କହିଥିଲେ। ଏଥିପାଇଁ ସେ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେଇଥିଲେ।

ସେହିପରି ପ୍ରଶଂସକଙ୍କୁ ଆଉ ଏକ ଖୁସି ଖବର ଦେଇ ସତୀଶ କହିଛନ୍ତି ଯେ, ‘ଅଯୋଗ୍ୟ ୩’ ନେଇ ଯୋଜନା ଆରମ୍ଭ ହୋଇସାରିଛି। ଖୁବଶୀଘ୍ର ଏହାକୁ ଦର୍ଶକଙ୍କ ପାଖକୁ ଆଣିବାକୁ ଚେଷ୍ଟା ଚାଲିଛି।

ଏମ୍. ମୁନେଗୌଡାଙ୍କ ପ୍ରଯୋଜନାରେ ତିଆରି ହୋଇଛି ‘ଅଯୋଗ୍ୟ ୨’। ଫିଲ୍ମରେ ସଙ୍ଗୀତ ଦେଇଛନ୍ତି ଅର୍ଜୁନ ଜନ୍ୟା। ସତୀଶ ନିନାସମ ଓ ରଚିତା ରାମଙ୍କ ସହ ଭି. ରବିଚନ୍ଦ୍ରନ, ପି. ରବି ଶଙ୍କର, ସାଧୁ କୋକିଲା ଏବଂ ଶିବରାଜ କେଆର ପେଟେଙ୍କ ଭଳି ଅଭିନେତା ମଧ୍ୟ ଫିଲ୍ମରେ ଅଭିନୟ କରିଛନ୍ତି।