ମୁମ୍ଵାଇ ୦୫।୧୧; ବଲିଉଡର ଅନ୍ୟତମ ଶ୍ରେଷ୍ଠ ଅଭିନେତା ସୁନୀଲ ଶେଟ୍ଟୀ । ୧୯୯୦ ଦଶକରୁ ଚଳଚ୍ଚିତ୍ର ଜଗତରେ ସକ୍ରିୟ ରହିଆସିଛନ୍ତି। ସେ ଅନେକ ଉଲ୍ଲେଖନୀୟ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ତେବେ ତାଙ୍କର ଦୁଇ ସନ୍ତାନଙ୍କ ମଧ୍ୟରୁ କେହି ବି ବଲିଉଡରେ ବିଶେଷ ସଫଳତା ହାସଲ କରିପାରି ନାହାନ୍ତି। ତାଙ୍କ ପୁଅ ଆହାନ ଶେଟ୍ଟୀ ଆଠ ବର୍ଷ ହେଲାଣି ଏହି କ୍ଷେତ୍ରରେ କାମ କରୁଥିବା ବେଳେ, ତାଙ୍କ ଝିଅ ଆଥିଆ ଶେଟ୍ଟୀ-ଯିଏ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। ମାତ୍ର ଚାରୋଟି ଚଳଚ୍ଚିତ୍ରରେ କାମ କରିଛନ୍ତି।

ସୁନୀଲ ଶେଟ୍ଟୀ ୧୯୯୧ ମସିହାରେ ମୋନିଶା କାଦ୍ରି (ଯିଏ ବର୍ତ୍ତମାନ ମାନା ଶେଟ୍ଟୀ ଭାବରେ ପରିଚିତ)ଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇ ସନ୍ତାନ ଅଛନ୍ତି-ଆହାନ ଏବଂ ଆଥିୟା। ୧୯୯୨ ମସିହା ନଭେମ୍ବର ୫ ତାରିଖରେ ଜନ୍ମିତ ଆଥିୟା ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ଆଥିୟା ଶେଟ୍ଟୀ ୨୦୧୫ ମସିହାର ଚଳଚ୍ଚିତ୍ର 'ହିରୋ' ଜରିଆରେ ବଲିଉଡରେ ଅଭିନେତ୍ରୀ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହି ଆକ୍ସନ୍-ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ସେ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲିଙ୍କ ସହ ନଜର ଆସିଥିଲେ। ଉଭୟଙ୍କ ପାଇଁ ଏହା ଥିଲା ପ୍ରଥମ ଚଳଚ୍ଚିତ୍ର।

ଆଥିୟାଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ଥିଲା 'ମୁବାରକାନ୍' (୨୦୧୭), ଯାହା ଏକ ହାସ୍ୟରସାତ୍ମକ (କମେଡି) ଚଳଚ୍ଚିତ୍ର ଥିଲା। ତାଙ୍କର ତୃତୀୟ ଚଳଚ୍ଚିତ୍ର ଥିଲା 'ମୋତିଚୁର ଚକନାଚୁର' (୨୦୧୯)। ଏହା ପରେ, ଆଥିୟା ବଲିଉଡରୁ ନିଜକୁ ଦୂରେଇ ନେବା ଆରମ୍ଭ କଲେ। ତାଙ୍କର ଚତୁର୍ଥ ତଥା ଶେଷ ଚଳଚ୍ଚିତ୍ର ଥିଲା 'ଗୋ ନୋନି ଗୋ'; ଏହା ପରଠାରୁ ସେ ଆଉ ବଡ଼ ପରଦାରେ ନଜର ଆସିନାହାନ୍ତି। ଏକ ସାକ୍ଷାତକାରରେ, ଆଥିୟାଙ୍କ ପିତା ସୁନୀଲ ଶେଟ୍ଟୀ ତାଙ୍କ ଝିଅର ବଲିଉଡ ଛାଡ଼ିବା ବିଷୟରେ କହିଥିଲେ। ସେ ପ୍ରକାଶ କରିଥିଲେ ଯେ ଆଥିୟା ତାଙ୍କୁ କହିଥିଲେ ଯେ ଅଭିନୟ ପ୍ରତି ତାଙ୍କର ଆଉ ଆଗ୍ରହ ନାହିଁ ଏବଂ ସେ ଚଳଚ୍ଚିତ୍ରରେ କାମ କରିବାକୁ ଚାହୁଁନାହାନ୍ତି।

ବିବାହ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ, ଆଥିୟା ଶେଟ୍ଟୀ ଦୀର୍ଘ ଦିନ ଧରି ଭାରତୀୟ ଷ୍ଟାର୍ ୱିକେଟ କିପର-ବ୍ୟାଟର କେ.ଏଲ୍. ରାହୁଲଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ୨୦୨୩ ମସିହାରେ ଖଣ୍ଡାଲା ସ୍ଥିତ ସୁନୀଲ ଶେଟ୍ଟୀଙ୍କ ବାସଭବନରେ ଅତ୍ୟନ୍ତ ଧୁମ୍ଧାମ୍ରେ ଏହି ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ରାହୁଲ ଏବଂ ଆଥିୟା ବର୍ତ୍ତମାନ 'ଇଭାରା' ନାମ୍ନୀ ଏକ କନ୍ୟା ସନ୍ତାନର ପିତାମାତା ଅଟନ୍ତି। ଯାହାର ଜନ୍ମ ମାର୍ଚ୍ଚ ୨୦୨୫ରେ ହୋଇଥିଲା।