ଚଣ୍ଡିଖୋଲ: ଲାଞ୍ଚ ନେଉଥିବା ବେଳେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଧରିଲା ଭିଜିଲାନ୍ସ ଟିମ୍। ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଡ଼ଚଣା ବ୍ଲକରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇଞ୍ଜିନିୟର ବନ୍ଦିତା ଦାସ ଏବଂ ତାଙ୍କ ସହଯୋଗୀ ସୋମନାଥ ସେଠୀ।

ସୂଚନା ଅନୁଯାୟୀ, ବଡ଼ଚଣା ବ୍ଲକ ଅଧୀନରେ ଥିବା ଏକ ବିଦ୍ୟାଳୟର ଏକ ଠିକା କାର୍ଯ୍ୟର ସମ୍ପୂର୍ଣ୍ଣ ବିଲ୍ କରିବାକୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ବନ୍ଦିତା ଦାସ ଠିକାଦାରଙ୍କୁ ୩୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏମିତିକି ଟଙ୍କା ନଦେଲେ ସିକ୍ୟୁରିଟି ଟଙ୍କା ଓ ଫାଇନାଲ ବିଲ୍ ହେବ ନାହିଁ ବୋଲି ଠିକାଦାରଙ୍କୁ ମନା କରିଦେଇଥିଲେ। ତେବେ ଉପାୟ ନପାଇ ଠିକାଦାର ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଆଉ ଏହି କ୍ରମରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସହକାରୀ ଯନ୍ତ୍ରୀ।

Also Read: ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକାସାଙ୍ଗେ ୫ଟି ସ୍ଥାନରେ ଚାଲିଛି ଚଢାଉ

ବଡ଼ଚଣା ବ୍ଲକରେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଟଙ୍କା ଦେଉଥିବା ସମୟରେ ଧରିପକାଇଥିଲା ଭିଜିଲାନ୍ସ ଟିମ୍। ତାଙ୍କ ଠାରୁ ଭିଜିଲାନ୍ସ ଟିମ୍ ନଗଦ ୩୫ ହଜାର ଟଙ୍କା ଜବତ କରିଥିବା ବେଳେ, ସହକାରୀ ଯନ୍ତ୍ରୀ ଏବଂ ତାଙ୍କ ସହଯୋଗୀ ସୋମନାଥ ସେଠୀକୁ ଉଠାଇ ନେଇଛି ଭିଜିଲାନ୍ସ ଟିମ୍। ଏନେଇ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍।