ଭୁବନେଶ୍ୱର ୨୭।୦୯ : ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଏକାସାଙ୍ଗେ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସହକାରୀଙ୍କ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର ଦାଶଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମାଥିଲି ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର ଦାସଙ୍କ ଘରେ ଚଢାଉ ହୋଇଛି । ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମର ଏକକାଳୀନ ଚଢ଼ାଉ । ଚଢାଉ ହେଉଥିବା ସ୍ଥାନ ମାନଙ୍କ ମଧ୍ୟରେ ମାଲକାନଗିରି DRDA କାର୍ଯ୍ୟାଳୟ ସମେତ ଭଡ଼ା ଘର ରହିଛି ।

Also Read:-ଅକ୍ଟୋବର ୨ରେ ‘ନୋ UPI ଡେ’ ପାଳନ ଖବର ମିଛ, ଏଭଳି କୌଣସି ଘୋଷଣା ହୋଇନି: CAITର ସ୍ପଷ୍ଟୀକରଣ

ସେହିପରି ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସ୍ପି, ୫ ଡିଏସ୍ପି, ୫ ଇନ୍ସ୍ପେକ୍ଟର ରହିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ସଂପତ୍ତି ଜବତ ହୋଇଛି । ସେନେଇ କୌଣସି ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।