ଭୁବନେଶ୍ୱର ୨୫।୦୩ : ଆଜି ବି ଗୃହ ଅଚଳ । ବିଧାନସଭା ବଜେଟ୍ ଅଧିବେଶନରେ ଆଜି ବି ଗୃହ ଅଚଳ । ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

Also Read:- Jungle Fire: ହୁତୁ ହୁତୁ ହୋଇ ଜଳୁଛି ଗନ୍ଧମାର୍ଦ୍ଦନ ପାହାଡ, କଣ କରୁଛି ବନବିଭାଗ?

ବିଧାନସଭା ବଜେଟ୍ ଅଧିବେଶନ । ଗତ ୧୭ ତାରିଖରୁ ଏସ୍ସିବି ମେଡିକାଲ ପୋଡ଼ି ପ୍ରସଙ୍ଗ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ ଏବଂ ନାରାବାଜି ଚାଲିଛି । ବାରମ୍ବାର ମୁଲତବୀ ହେଉଛି ବିଧାନସଭା । ୧୭ ତାରିଖ ପରେ ଗୋଟିଏ ବି ଦିନ ପୁରା କାର୍ଯ୍ୟ ଦିବସ ପୂରଣ ହୋଇପାରୁନି । ସୋମବାର ଦିନ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଲାଇବା ପାଇଁ ବସିଥିଲା ସର୍ବଦଳୀୟ ବୈଠକ । ତାପରେ ବି ଗୃହ ଅଚଳ । ସେହିପରି ମଙ୍ଗଳବାର ଦିନ ମଧ୍ୟ କାର୍ଯ୍ୟସୂଚୀ ଅନୁସାରେ ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ସମାନ ଅବସ୍ଥା । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ମଧ୍ୟ ଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲେ । ଯାହାଫଳରେ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ମୁଲତବୀ ସମୟ ପରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ବିରୋଧୀ ସଦସ୍ୟମାନେ ଶୁନ୍ୟକାଳରେ ଜୋରଦାର ବିରୋଧ କରିଥିଲେ। ଏପିରିକି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବାକୁ ଉଦ୍ୟମ ବି କରିଥିଲେ । ସେହିପରି ବୁଧବାର ଦିନ ମଧ୍ୟ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଗୃହ ମଧ୍ୟଭାଗକୁ ଆସି ହୋହେଲ୍ଲା ଏବଂ ନାରାବାଜି କରିଥିଲେ । ଏପିରିକି କଳା ଡ୍ରେସ୍ ପିନ୍ଧି ପ୍ରତିବାଦ କରିଥିଲେ ।

Watch Video:-