ଭୁବନେଶ୍ୱର ୨୩।୦୩ : ସର୍ବଦଳୀୟ ବୈଠକ ବିଫଳ । ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ଉପବାଚସ୍ପତି । SCB ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ ସଦସ୍ୟ ।

Also Read:-ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ରାଜ୍ୟରେ ୧୫ ମାଓବାଦୀ ଅଛନ୍ତି

ବିଧାନସଭା ବଜେଟ ଅଧିବେଶନ । ଦୁଇ ଦିନର ବିରତି ପରେ ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ସମାନ ପ୍ରସଙ୍ଗ ନେଇ ଅଡ଼ି ବସିଛନ୍ତି ବିରୋଧୀ ଦଳ । ଏସସିବି ମେଡିକାଲ ପୋଡ଼ି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଯାହାକୁ ନେଇ ଗତ ୧୭ ତାରିଖ ଠାରୁ ରାଜ୍ୟ ରାଜନୀତିରେ ହଟଚମଟ ଚାଲିଛି । ସୋମବାର ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲେ । ଯାହାପରେ ବାଚସ୍ପତି ଦିନ ୧୧.୩୦ ଯାଏଁ ମୁଲତବୀ ରଖିଥିଲେ । ଏହାପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ସର୍ବଦଳୀୟ ବୈଠକ ବି ଫେଲ ମାରିଲା । ପ୍ରଥମ ଦିନ ୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ଉପବାଚସ୍ପତି । ଆଉ ଏବେ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ଉପବାଚସ୍ପତି ।