ଭୁବନେଶ୍ୱର ୨୩।୦୩ : ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ଅଛନ୍ତି ୧୫ ମାଓବାଦୀ । କନ୍ଧମାଳ-କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାବର୍ତ୍ତୀ ଅଳ୍ପ କିଛି ଅଞ୍ଚଳରେ ଏହି ୧୫ ଜଣ ମାଓବାଦୀ ଲୁଚି ରହିଛନ୍ତି ବୋଲି ବିଧାନସଭାରେ ଲିଖିତ ଭାବେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Also Read:-Ratnabhandar meeting: କେମିତି ଖୋଲିବ ରତ୍ନଭଣ୍ଡାର? ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରଶିକ୍ଷଣ ଶିବିର

ରାଜ୍ୟରେ କେତେ ମାଓବାଦୀ ଅଛନ୍ତି । ସେନେଇ ବିଧାୟକ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏବେ ୧୫ ମାଓବାଦୀ ଅଛନ୍ତି । କନ୍ଧମାଳ -କଳାହାଣ୍ଡି -ରାୟଗଡା ଜିଲ୍ଲା ସୀମାବର୍ତ୍ତୀ ଅଳ୍ପ କିଛି ଅଞ୍ଚଳରେ ଅଛନ୍ତି 15 ମାଓବାଦୀ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ଉପସ୍ଥିତ ନାହାନ୍ତି । ଗତ ୨ ବର୍ଷରେ ୨୦୨୬ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୯୬ ଜଣ ମାଓବାଦୀ/ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲା ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚିତ କରାଯାଉଛି ।

Also Read:-ସମୁଦ୍ର ତଳେ ବିପଦ...ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଇରାନ ବିଛାଇଚି ମୃତ୍ୟୁର ଜାଲ, ଆମେରିକା ବି ମାନିଲାଣି ହାର୍

ସେହିପରି ରାଜ୍ୟର ୮ଟି ଜିଲ୍ଲା ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଜିଲ୍ଲା ଗୁଡ଼ିକୁ Legacy &Thrust ଜିଲ୍ଲା ଭାବରେ ବିବେଚନା କରାଯାଉଛି ।୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ସଂପୂର୍ଣ୍ଣ ମାଓବାଦୀ ମୁକ୍ତ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି ।

Watch Video:-