ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ନୀରୁ ଢାଣ୍ଡା। ହରିୟାଣାର ୨୬ ବର୍ଷୀୟ ସୁଟର ଏସିଆନ ଗେମ୍ସରେ ମହିଳା ଟ୍ରାପ ଏକକ ବର୍ଗରେ ଭାରତ ପାଇଁ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। କେବଳ ଏତିକି ନୁହେଁ ନୀରୁ ୨୮ ସ୍କୋର ସହିତ ଏସୀୟ କ୍ରୀଡ଼ାରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଏସୀୟ କ୍ରୀଡ଼ା ୨୦୨୬ରେ ଭାରତର ଏହା ୫ମ ସ୍ଵର୍ଣ୍ଣ ପଦକ ।

ନୀରୁ ଢାଣ୍ଡାଙ୍କୁ ଫାଇନାଲ୍ ମୁକାବିଲାରେ ୩୦ ସଟ୍ ମିଳିଥିଲା, ଯେଉଁଥିରେ ସେ ୨୮ ସଠିକ୍ ନିଶାଣ କରି ଏସୀୟ କ୍ରୀଡ଼ାର ରେକର୍ଡ ଭାଙ୍ଗିଛନ୍ତି। ସେ ଏସୀୟ କ୍ରୀଡ଼ାରେ ଚାମ୍ପିଅନ ହେବା ସହ ଏସୀୟ କ୍ରୀଡ଼ାରେ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ବର୍ଗରେ ୨୬ ସ୍କୋର ସହିତ ଚୀନର ସୁନ ୟୁନଗୋଙ୍ଗ ରୌପ୍ୟ ଏବଂ ୨୧ ସ୍କୋର ସହିତ କୁଏତର ହଜର ଅବଦୁଲମଲିକ କାଂସ୍ୟ ପଦକ ଜିତିଛନ୍ତି।

Also Read: ୪୨ ବର୍ଷର ରେକର୍ଡ ଭାଙ୍ଗିଲେ ବିଥ୍ୟା ରାମରାଜ! ପିଟି ଉଷାଙ୍କୁ ପଛରେ ପକାଇ ରଚିଲେ ଇତିହାସ

ଟ୍ରାପ ସୁଟିଂରେ ଏସୀୟ କ୍ରୀଡ଼ାର ୭୫ ବର୍ଷର ଇତିହାସରେ କୌଣସି ଭାରତୀୟ ମହିଳା ଏକକ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତି ନ ଥିଲେ। ନୀରୁ ପ୍ରଥମ ଭାରତୀୟ ଭାବେ ଏହି କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ନୀରୁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ମଧ୍ୟ କତାରର ସୁଟରଙ୍କ ସହିତ ଯୁଗ୍ମ ଭାବେ ଶୀର୍ଷରେ ଥିଲେ। ଦୁହିଁଙ୍କ ସ୍କୋର ୧୧୮ ରହିଥିଲା।

୪୮ ବର୍ଷ ପୂର୍ବେ ମିଳିଥିଲା ଗୋଲ୍ଡ

କୌଣସି ବି ଟ୍ରାପ ସୁଟିଂ ଇଭେଣ୍ଟରେ ଭାରତ ଶେଷ ଥର ୧୯୭୮ ମସିହାରେ ଏକକ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଥିଲାୱ। ସେହି ସମୟରେ ପୁରୁଷ ଟ୍ରାପ ସୁଟିଂ ଏକକ ବର୍ଗରେ ରଣଧୀର ସିଂ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏହା ପରେ ୪୮ ବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ ଟ୍ରାପ ସୁଟିଂ ଏକକ ବର୍ଗରେ ଭାରତ ସ୍ଵର୍ଣ୍ଣ ପଦକ ଜିତି ପାରି ନ ଥିଲେ।

Also Read: ଅସମ୍ଭବ ଗୋଲ୍ କଲେ ଲିଓନେଲ୍ ମେସି, ଛାନିଆ ହୋଇଗଲେ ବିପକ୍ଷ ଟିମ୍ ପ୍ଲେୟାର ! ଦେଖନ୍ତୁ ଭିଡିଓ

ଉଲ୍ଲେଖନୀୟ ୨୦୨୬ ବର୍ଷଟି ନୀରୁଙ୍କ ପାଇଁ ବେଶ ସଫଳତାର ବର୍ଷ ପାଲଟିଛି। ଚଳିତ ବର୍ଷ ଜୁଲାଇରେ ସେ ଟ୍ରାପ ସୁଟିଂରେ ବିଶ୍ଵକପ୍ ଜିତିବାରେ ପ୍ରଥମ ଭାରତୀୟ ମହିଳା ଥିଲେ। ଇଟାଲୀରେ ଆୟୋଜିତ ସଟଗନ ବିଶ୍ଵକପରେ ଟ୍ରାପ ଇଭେଣ୍ଟରେ ନୀରୁ ଚମତ୍କାର ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ନିଜ ନାଁରେ କରିଥିଲେ।

ଭାରତକୁ ପଞ୍ଚମ ସ୍ଵର୍ଣ୍ଣ

ଏହା ଭାରତ ପାଇଁ ଚଳିତ ଏସୀୟ କ୍ରୀଡ଼ାରେ ପଞ୍ଚମ ସ୍ଵର୍ଣ୍ଣ ପଦକ। ଏ ପର୍ଯ୍ୟନ୍ତ ଭାରତ ପାଇଁ ମହିଳା କ୍ରିକେଟ୍ ଟିମ, ମହିଳା ଓ ପୁରୁଷ କବାଡ଼ି ଟିମ୍, ସୁଟିଂରେ କମଲଜିତ ଓ ସୁରୁଚି ସିଂ ଏବଂ ନୀରୁ ଢାଣ୍ଡା ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ମୋଟ୍ ୪୭ ପଦକ ସହ ପଦକ ତାଲିକାରେ ଭାରତ ୧୧ତମ ସ୍ଥାନରେ ରହିଛି।