ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାରେ କ୍ରିକେଟ୍ ପ୍ରତିଯୋଗିତା ଏ ପର୍ଯ୍ୟନ୍ତ କେବଳ ରାଙ୍କିଂ ଆଧାରରେ ଆଗକୁ ବଢିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ଅଦ୍ୟାବଧି ଗୋଟିଏ ବି ମ୍ୟାଚ୍ ଖେଳି ନାହାନ୍ତି। କିନ୍ତୁ ଚାରୋଟି ଦଳ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ହଂକଂ, ଆଫଗାନିସ୍ତାନ, ମାଲେସିଆ ଓ ନେପାଲ ଗ୍ରୁପ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି କ୍ଵାର୍ଟର ଫାଇନାଲରେ ପହଞ୍ଚିଥିଲେ, ମାତ୍ର ସେମି ଫାଇନାଲ୍ ପାଇଁ ଦାବିଦାର ଉପସ୍ଥାପନ କରିବାକୁ ଆଉ ସୁଯୋଗ ମିଳିନି।

ଏବେ ସେହି ଚାରୋଟି ଦଳ ସେମିରେ ପହଞ୍ଚିଛନ୍ତି, ଯେଉଁମାନଙ୍କୁ ଏସୀୟ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ସିଡିଂ ସିଷ୍ଟମ ଆଧାରରେ ସିଧାସଳଖ କ୍ଵାର୍ଟର ଫାଇନାଲର ଟିକେଟ୍ ମିଳିଥିଲା। ଏବେ ନଜର ପକାଇ ଦିଅନ୍ତୁ ଭାରତ ଓ ପାକିସ୍ତାନ ସମେତ ବାକି ଟିମ୍ କେବେ ଏବଂ କେଉଁଠି କାହା ବିପକ୍ଷରେ ନିଜ ନିଜର ସେମି ଫାଇନାଲ୍ ମ୍ୟାଚ୍ ଖେଳିବେ।

Also Read: 'ସଚିନଙ୍କୁ ଟାର୍ଗେଟ୍ କରୁଛନ୍ତି ବିରାଟ, କିଛି ଭୁଲ କରୁନାହାଁନ୍ତି' : କାହିଁକି ଏମିତି କହିଲେ ରାହାଣେ ?

ସେମି ଫାଇନାଲର ପୂରା ସିଡ୍ୟୁଲ

୨୦୨୬ ଏସୀୟ କ୍ରୀଡ଼ାର ଦୁଇ ସେମି ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧ରେ ଖେଳାଯିବ। ପ୍ରଥମ ସେମି ଫାଇନାଲ୍ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଦ୍ଵିତୀୟ ସେମିରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ସେମି ଫାଇନାଲ୍ ଅକ୍ଟୋବର ୧ ଭାରତୀୟ ସମୟ ଅନୁସାରେ ସକାଳ ୫ଟା ୩୦ରେ ଖେଳାଯିବ। ଆଉ ସେହି ଦିନ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ଵିତୀୟ ସେମି ଫାଇନାଲ୍ ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବ।

ସେମିତିରେ ଏସୀୟ କ୍ରୀଡ଼ାରେ କ୍ରିକେଟ୍ ପ୍ରତିଯୋଗିତା ବିତର୍କର ବିଷୟ ପାଲଟିଛି। ଗ୍ରୁପ ପର୍ଯ୍ୟାୟଠୁ ନେଇ ଏ ପର୍ଯ୍ୟନ୍ତ ଅନେକ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ବିଶେଷ କରି ଚାରୋଟି କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହୋଇଛି। ତେଣୁ ଏହି ନିୟମକୁ ନେଇ ପ୍ରଶ୍ନ ଉଠିଛି। କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ରଦ୍ଦ ହେବା ପରେ ଉଚ୍ଚ ରାଙ୍କିଙ୍ଗ ଆଧାରରେ ଭାରତ, ଶ୍ରୀଲଙ୍କା, ପାକିସ୍ତାନ ଓ ବାଂଲାଦେଶ ସେମି ଫାଇନାଲରେ ପହଞ୍ଚିଛନ୍ତି। ଉଲ୍ଲେଖନୀୟ ୨୦୨୨ ଏସୀୟ କ୍ରୀଡ଼ାର ଫାଇନାଲରେ ଭାରତୀୟ ଟିମକୁ ଉଚ୍ଚ ରାଙ୍କିଙ୍ଗ ଆଧାରରେ ସ୍ଵର୍ଣ୍ଣ ପଦକ ମିଳିଥିଲା।

Also Read: ବିରାଟଙ୍କ ଶତକ ପରେ ଖୁସି ନଥିଲେ ଗିଲ୍ ! କାହିଁକି କହିଲେ 'ମତେ ଦୁଃଖ ଲାଗୁଛି' ?

କିନ୍ତୁ ଏଥର ନିୟମରେ ପରିବର୍ତ୍ତନ କରାଯାଇଛି। ଯଦି ବର୍ଷା ଯୋଗୁଁ ଫାଇନାଲ୍ ମ୍ୟାଚ୍ ରଦ୍ଦ ହୁଏ ତେବେ ଉଭୟଙ୍କୁ ସ୍ଵର୍ଣ୍ନ ପଦକ ମିଳିବ। କିନ୍ତୁ ୨୦୨୨ରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ରଦ୍ଦ ହୋଇଥିଲା। ଏମିତି ସ୍ଥିତିରେ ଉଚ୍ଚ ରାଙ୍କିଙ୍ଗ ଆଧାରରେ ଭାରତୀୟ ପୁରୁଷ ଟିମକୁ ସ୍ଵର୍ଣ୍ଣ ପଦକ ମିଳିଥିଲା।