ମେଷ- ଘାତ ଚନ୍ଦ୍ର ଯୋଗୁ ମାନସିକ ଚାପ ବଢ଼ିପାରେ। କାର୍ଯ୍ୟରେ ବିଳମ୍ବ ଦେଖାଦେବ। ପରିବାରରେ ଛୋଟ କଥାରେ ମନାନ୍ତର ହୋଇପାରେ। ଯାତ୍ରାରେ ସତର୍କ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁପ୍ତ ଶତ୍ରୁଙ୍କଠାରୁ ସାବଧାନ ରୁହନ୍ତୁ। ଧାର୍ ଦେବାରୁ ଦୂରେଇ ରହିବା ଭଲ।

ବୃଷ- କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ଆର୍ଥିକ ଦିଗରେ ସତର୍କ ରହିବା ଭଲ। ବନ୍ଧୁଙ୍କ ସହଯୋଗ ମିଳିବ। ଅଟକିଥିବା କାମ ଆଗକୁ ବଢ଼ିବ। ଘରେ ଶାନ୍ତି ବଜାୟ ରହିବ। ସନ୍ଧ୍ୟାରେ ଶୁଭ ସମ୍ବାଦ ମିଳିପାରେ। ପୈତୃକ ବିଷୟରେ ଅଗ୍ରଗତି ହେବ। ନୂତନ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ।

ମିଥୁନ- ନୂତନ ଆୟର ସୁଯୋଗ ମିଳିବ। ବ୍ୟବସାୟରେ ଲାଭର ସଙ୍କେତ ରହିଛି। ପୁରୁଣା ପରିଚିତଙ୍କ ସହ ଭେଟ ହୋଇପାରେ। ପରିବାରରେ ଆନନ୍ଦର ପରିବେଶ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ମନ ପ୍ରଫୁଲ୍ଲ ରହିବ। ବକେୟା ଅର୍ଥ ମିଳିବାର ସମ୍ଭାବନା ରହିଛି। ଛୋଟ ଯାତ୍ରା ସଫଳ ହେବ।

କର୍କଟ- କର୍ମରେ ପ୍ରଶଂସା ମିଳିବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ଘରୋଇ କାମ ସୁରୁଖୁରୁରେ ସମ୍ପନ୍ନ ହେବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଶୁଭ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। ମାନସିକ ସ୍ଥିରତା ବଜାୟ ରହିବ।

ସିଂହ- ମିଶ୍ର ଫଳ ମିଳିବ। କାର୍ଯ୍ୟରେ ପରିଶ୍ରମ ଅଧିକ ହେବ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ଅଧିକାରୀଙ୍କ ସହ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ପରିବାରର ସହଯୋଗ ମିଳିବ। ସନ୍ଧ୍ୟା ପରେ ମନ ହାଲୁକା ହେବ। ଆଖି ଓ ମୁଣ୍ଡବିନ୍ଧା ପ୍ରତି ସତର୍କ ରୁହନ୍ତୁ। ଅଧାରେ ଛାଡ଼ିଥିବା କାମ ପୂରଣ କରିବେ।

କନ୍ୟା- ଦିନଟି କିଛି ବାଧାପୂର୍ଣ୍ଣ ରହିପାରେ। ଯୋଜନାରେ ବିଳମ୍ବ ହେବ। ଧନ ନେଣଦେଣରେ ସତର୍କ ରୁହନ୍ତୁ। ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ। ଧୈର୍ଯ୍ୟ ରଖିଲେ କ୍ଷତି ଏଡ଼ାଇବେ। କାଗଜପତ୍ର ଯାଞ୍ଚ କରି ସ୍ୱାକ୍ଷର କରନ୍ତୁ। ଅନାବଶ୍ୟକ ଚିନ୍ତାରୁ ଦୂରେଇ ରୁହନ୍ତୁ।

ତୁଳା- ବ୍ୟବସାୟରେ ଉନ୍ନତିର ସୁଯୋଗ ଆସିବ। ଦାମ୍ପତ୍ୟରେ ବୁଝାମଣା ବଢ଼ିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ନୂତନ ସମ୍ପର୍କ ଲାଭଦାୟକ ହୋଇପାରେ। ଛାତ୍ରଛାତ୍ରୀ ସଫଳତା ପାଇବେ। ମାନସିକ ଶାନ୍ତି ମିଳିବ। ଅଟକିଥିବା ଧନ ଫେରିପାରେ। ଘରକୁ ଅତିଥି ଆଗମନ ହେବ।

ବିଛା- କର୍ମକ୍ଷେତ୍ରରେ ସଫଳତା ମିଳିବ। ପୁରୁଣା ସମସ୍ୟାର ସମାଧାନ ହେବ। ବନ୍ଧୁଙ୍କ ସହଯୋଗ ମନୋବଳ ବଢ଼ାଇବ। ପରିବାରରେ ଖୁସିର ପରିବେଶ ରହିବ। ଅର୍ଥ ସଞ୍ଚୟ କରିବାର ସୁଯୋଗ ମିଳିବ। ଶୁଭ ସମ୍ବାଦ ଆସିପାରେ। ସମ୍ମାନ ଓ ପ୍ରଶଂସା ବଢ଼ିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ଧନୁ- ମିଶ୍ର ଫଳ ପ୍ରାପ୍ତି ହେବ। କାର୍ଯ୍ୟରେ ଅଧିକ ଧାଁଦୌଡ଼ ହୋଇପାରେ । ଆୟ ଥିଲେ ମଧ୍ୟ ଖର୍ଚ୍ଚ ବଢ଼ିବ। ପରିବାରରେ ଧୈର୍ଯ୍ୟର ସହ କଥା କୁହନ୍ତୁ। ଦ୍ବିପହର ପରେ କାମରେ ଗତି ଆସିବ। ଅନାବଶ୍ୟକ ତର୍କ ଏଡ଼ାନ୍ତୁ। ବରିଷ୍ଠଙ୍କ ପରାମର୍ଶ ଉପକାରୀ ହେବ। ଯାନବାହନ ଚଳାଇବାରେ ସତର୍କ ରୁହନ୍ତୁ।

ମକର- ଘାତ ବାର ଯୋଗୁ ସତର୍କତା ଆବଶ୍ୟକ। ଯାତ୍ରା ଓ ଯାନବାହନରେ ସାବଧାନ ରୁହନ୍ତୁ। କାର୍ଯ୍ୟରେ ବିଳମ୍ବ ହୋଇପାରେ। ଧନ ଖର୍ଚ୍ଚ ବଢ଼ିବ। ପରିବାରର ସହଯୋଗରେ ସମସ୍ୟା ଦୂର ହେବ। ସନ୍ଧ୍ୟା ପରେ ମନ ଶାନ୍ତ ରହିବ। ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଶରୀରର କ୍ଲାନ୍ତି ବଢ଼ିପାରେ।

କୁମ୍ଭ- ଭାଗ୍ୟର ସହଯୋଗ ମିଳିବ। ନୂତନ କାର୍ଯ୍ୟରେ ସଫଳତା ଆସିବ। ଆର୍ଥିକ ଉନ୍ନତିର ଯୋଗ ରହିଛି। ସାମାଜିକ ସମ୍ମାନ ବଢ଼ିବ। ବନ୍ଧୁଙ୍କ ଠାରୁ ଲାଭଦାୟକ ଖବର ମିଳିବ। ମନ ଉତ୍ସାହିତ ରହିବ। ଗୃହସ୍ଥ ଜୀବନ ସୁଖମୟ ରହିବ। ନୂତନ ଯୋଜନା ଶୁଭ ଫଳ ଦେବ।

ମୀନ- ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଶିକ୍ଷାକ୍ଷେତ୍ରରେ ଭଲ ଫଳ ମିଳିବ। ଦିନଟି ସାର୍ଥକ ରହିବ। ଦୀର୍ଘଦିନର ଇଚ୍ଛା ପୂରଣ ହୋଇପାରେ। ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682