ନୂଆଦିଲ୍ଲୀ: ଓଡ଼ିଶାରେ ସରକାରୀ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ । କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏମପି-LADS ପାଣ୍ଠିରୁ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ମୋଟ ୩.୧୦ କୋଟିର କାମ ସୁପାରିସ କରିଛନ୍ତି ।

ଏଥିରୁ ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ହସ୍ପିଟାଲ ପାଇଁ ୧.୪୦ କୋଟି ଏବଂ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୧.୭୦ କୋଟି ଖର୍ଚ୍ଚ କରିବାକୁ ସୁପାରିସ ହୋଇଛି ।

ନୀଳଗିରି ହସ୍ପିଟାଲରେ ଆଇପିଡି, ଔଷଧ ଗୋଦାମ, ରୋଗୀ ବିଶ୍ରାମ କକ୍ଷ, କାଜୁଆଲିଟି, ରିଫ୍ରେସମେଣ୍ଟ ହଲ୍, ସର୍ଜରୀ ୱାର୍ଡ ଓ ଅପରେସନ୍ ଥିଏଟର, ଏସଡିଏମଓ ଅଫିସ ଏବଂ ଓପିଡି ବ୍ଲକର ଉନ୍ନତି କରାଯିବା ପାଇଁ ପ୍ରସ୍ତାବ ରହିଛି ।

​​​​​​​Also Readସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ପଦକ୍ଷେପ : ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍କୁ ଅନୁମୋଦନ​​​​​​​

ସେହିପରି ବାଲେଶ୍ୱର ଡିଏଚଏଚରେ ମେଡିସିନ୍ ବ୍ଲକ, ଔଷଧ ଗୋଦାମ, ମା’ ଓ ଶିଶୁ କମ୍ପ୍ଲେକ୍ସ, କାଜୁଆଲିଟି, ଆଣ୍ଟି-ରେଟ୍ରୋଭାଇରାଲ୍ ଥେରାପି ସେଣ୍ଟର, ସର୍ଜରୀ ୱାର୍ଡ ଓ ଓଟିର ଉନ୍ନତି ସହିତ ରୋଗୀଙ୍କ ପାଇଁ ବିଶ୍ରାମ କକ୍ଷ ଏବଂ ଓପିଡି ବ୍ଲକର ରିଫ୍ରେସମେଣ୍ଟ ହଲ୍ ଉନ୍ନତ କରାଯିବ ।