ଭୁବନେଶ୍ୱର: ସାଧାରଣ ଜନତାଙ୍କ ସହ ବ୍ୟକ୍ତିଗତ ଭାବେ କଥାବାର୍ଭା ହୋଇ ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏବେ ପୁଣି ନିଜ ଡ୍ରାଇଭରଙ୍କ ସହ ବନ୍ଧୁତ୍ଵପୂର୍ଣ୍ଣ ଆଚରଣ ଦେଖାଇ ରେଳମନ୍ତ୍ରୀ ଚାରିଆଡ଼ୁ ପ୍ରଶଂସା ସାଉଁଟୁଛନ୍ତି। ସରକାରୀ ଗସ୍ତ ସମୟରେ କେବେ ଡ୍ରାଇଭରଙ୍କୁ ପାଣି ପିଇବାକୁ ଦିଅନ୍ତି ତ କେବେ ସେମାନଙ୍କ କାମକୁ ପ୍ରଶଂସା କରନ୍ତି ରେଳମନ୍ତ୍ରୀ। ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ବି ସେ ନିଜ ନିଜର ସରଳତା ଭୁଲି ନାହାନ୍ତି। ତାଙ୍କର ଏପରି ଆଚରଣ ଡ୍ରାଇଭରଙ୍କୁ ସମ୍ମାନିତ ଓ ଗୁରୁତ୍ବ ପ୍ରଦାନ କରିଛି।

ସୋମବାର ଓଡ଼ିଶା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀଙ୍କ ଡ୍ରାଇଭର୍ ଥିଲେ ସନ୍ତୋଷ। ଅଶ୍ବିନୀ ଗସ୍ତ ବେଳେ କାର୍ରେ ସଡ଼କ ପଥରେ ଭୁବନେଶ୍ୱରରୁ ପୁରୀ ଯାଇଥିଲେ। ସେତେବେଳେ ଅଶ୍ୱିନୀ ଡ୍ରାଇଭର୍ ସନ୍ତୋଷଙ୍କ ସହ କଥାବାର୍ତ୍ତା ହେବା ସହ ପିଲାଛୁଆ ଓ ଘର ସଂସାର କଥା ପଚାରି ବୁଝିଥିଲେ। ସନ୍ତୋଷଙ୍କୁ ନିଜ ବୋତଲରୁ ପାଣି ପିଇବାକୁ ଦେଇଥିଲେ ରେଳମନ୍ତ୍ରୀ। । ଦୀର୍ଘ ୭ ବର୍ଷ ଧରି ରେଳମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବେଳେ ଡ୍ରାଇଭର୍ ଦାୟିତ୍ଵ ତୁଲାଇ ଆସିଛନ୍ତି। କିନ୍ତୁ ଏତେ ବର୍ଷ ଭିତରେ ବି ରେଳମନ୍ତ୍ରୀଙ୍କ ନମ୍ରତା ଓ ଉଦାରତା ଅପରିବର୍ତ୍ତିତ ରହିଛି।

ରେଳମନ୍ତ୍ରୀ ପ୍ରଥମରୁ ଯେମିତି ଥିଲେ, ତାଙ୍କ ଆଚରଣ ପରିବର୍ତ୍ତନ ହୋଇନାହିଁ ବୋଲି ସନ୍ତୋଷ କହିଛନ୍ତି। ଯାତ୍ରା ସମୟରେ ତାଙ୍କୁ ଶୋଷ ଲାଗୁ ଥିବାବେଳେ ରେଳମନ୍ତ୍ରୀ ପାଣି ପିଇବାକୁ ଦେଇ ମାନବିକତା ଦେଖାଇଥିଲେ ବୋଲି ସେ କୃତଜ୍ଞତା ଜଣାଇଛନ୍ତି। ଏଥିସହ ସେ ବ୍ୟକ୍ତିଗତ ଭାବରେ ମୋର ଘର ପରିବାର, ସୁଖ ଦୁଃଖ କଥା ପଚାରି ବୁଝିଥିଲେ। ରେଳମନ୍ତ୍ରୀଙ୍କ ଏପରି ବ୍ୟବହାର କେବେ ଭୁଲିପାରିବେ ନାହିଁ ବୋଲି ସନ୍ତୋଷ କହିଛନ୍ତି।

ସେହିପରି ଗୁଜରାଟ ଗସ୍ତ ବେଳେ ମଧ୍ୟ ଡ୍ରାଇଭରଙ୍କ ସହ ଆନ୍ତରିକତାର ସହ ଆଲୋଚନା ଓ ସେମାନଙ୍କ କର୍ଭବ୍ୟନିଷ୍ଠା ପାଇଁ ରେଳମନ୍ତ୍ରୀ ପ୍ରଶଂସା କରିଥିଲେ। ଡ୍ରାଇଭରଙ୍କ ସହ ସହକର୍ମୀ ଭଳି ଆଚରଣ ଦେଖାଇ ନିଜର ଉଦାର ମାନବିକତା ପ୍ରଦର୍ଶନ କରିଛନ୍ତି ରେଳମନ୍ତ୍ରୀ।